ଅପରାଧଓଡିଶା

ଚାକିରୀ ନାଁରେ ଠକୁଥିଲେ ଦମ୍ପତି

(ଅନୁଗୁଳ) ; ଚାକୀରି କରେଇଦେବା ନାଁରେ କୋଟି କୋଟି ଟଙ୍କା ଲୁଟୁଥିଲେ ଦମ୍ପତି । ଫେକ ଇଣ୍ଟର୍ଭ୍ୟୁ , ଫେକ୍ ସପ , ଆଉ ପୁଣି ଫେକ ଚାକୀରି । ଏମିତି ଭାବେ ଠକି ଚାଲିଥିଲେ ଏହି ଧ୍ରୁତ ସ୍ୱାମୀ ସ୍ତ୍ରୀ । ଆଉ ଏହି ଦଲାଲ ଦମ୍ପତି ଜଣେ କି ଦୁଇଜଣ ନୁହେଁ ହଜାରରୁ ଅଧୀକ ଛାତ୍ର ଛାତ୍ରୀଙ୍କୁ ବୋକା ବନେଇ ଅସୁଥିଲେ । ଏ ନେଇ ଅଭିଯୋଗ ପରେ ଅନୁଗୁଳ ଏସପିଙ୍କ ନେତୃତ୍ୟରେ ଏକ ଟିମ ପଶ୍ଚିମ ବଙ୍ଗର ଦୁର୍ଗାପୁରରୁ ବହୁରୂପୀ ଦମ୍ପତିଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ରାଉଲକେଲାର ବାସିନ୍ଦା ଚୈତାଳି ମୁଖାର୍ଜୀ ଓ ତାଙ୍କ ସ୍ୱାମୀ ଓତ୍ତରପ୍ରଦେଶ ଆଗ୍ରାର ମର୍ଗଙ୍କ ଗୁପ୍ତା। ଦୁହେଁ ମିଥ୍ୟା ପରିଚୟ ଦେଇ ଚାକିରି ଆଶାୟୀଙ୍କୁ ଠକୁଥିଲେ। ଚୈତାଳୀ ନିଜକୁ ଟାଟା ଗ୍ରୁପ୍ର ଏଚ୍ଆର୍ ଦୀପିକା ବାନାର୍ଜୀ ବୋଲି ପରିଚୟ ଦେଉଥିବା ବେଳେ ତାଙ୍କ ସ୍ୱାମୀ ଟାଟା ଗ୍ରୁପର ଇଏଗ ଶିବ କୁମାର କହୁଥିଲେ। ଏବଂ ଏହି ମିଥ୍ୟା ପରିଚୟ ଦେଇ ଶତାଧୀକ ଛାତ୍ର ଛାତ୍ରୀଙ୍କୁ ଠକୁଥିଲେ । ଏନେଇ ୨୦୨୧ ମସିହା ଫେବ୍ରୁଆରୀରେ ଅନୁଗୋଳ ଜିଲ୍ଲାର କୋଲିୟାରୀ ଥାନାରେ ଅଭିଯୋଗ ହୋଇଥିଲା। କେବଳ କୋଲିୟାରୀ ନୁହେଁ, ନାଲକୋ ନଗର, ଅନୁଗୋଳ, ତାଳଚେର ଆଦି ଥାନାରେ ୬ଟି ମାମଲା ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରି ସ୍ୱାମୀ-ସ୍ତ୍ରୀଙ୍କ କଳା କାରନାମାର ଗୁମର ଖୋଲିଥିଲା। ଏହି ମାମଲାରେ ପୁଲିସ୯ ଜଣଙ୍କୁ ଗିରଫ କରିଥିଲା କିନ୍ତୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚୈତାଳୀ ଓ ମର୍ଗଙ୍କ ପାଖରେ ପହଞ୍ଚିପାରିନଥିଲା ପୁଲିସ । ଶେଷରେ ପୁଲିସ ଜାଲରେ ପଡିଲେ ଏହି ଦଲାଲ ଦମ୍ପତି ।

Related posts

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଏସି ଟନେଲ 

mahabharatanews

ଆଝାରୁଦ୍ଦିନଙ୍କ ନାଁରେ ମାମଲା: ୨୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

mahabharatanews

ବଜୁରୀ ଅନଲୋଡ କଲାବେଳେ ଜଳିଗଲା ଟିପର

mahabharatanews