ଓଡିଶା

ନାଳରୁ ଶିଶୁକନ୍ୟା ଉଦ୍ଧାର

(ମହାଭାରତ, ପଦ୍ମପୁର): ବରଗଡ ଜିଲ୍ଲା ପଦ୍ମପୁରର ଶାସ୍ତ୍ରୀ ଛକ ନିକଟରେ ଥିବା ନାଳରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଦାର କରାଯାଇଛି । ଭୋର ୫ଟା ବେଳେ ଏହି ରାସ୍ତା ଦେଇ ଜଣେ ବ୍ୟକ୍ତି ଶୌଚ ପାଇଁ ଯାଉଥିଲେ । ଏହି ସମୟରେ ଶିଶୁଟିର କାନ୍ଦ ଶୁଣି ଚାରିଆଡେ ଖୋଜାଖୋଜି କରିଥିଲେ । ଏକ ପ୍ଲାଷ୍ଟିକ ବସ୍ତାରେ କାଦୁଅରେ ଜୁଜୁବୁଡୁ ଥିବା ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ବାସିନ୍ଦାଙ୍କୁ ଖବର ଦେଇଥିଲେ । ପଦ୍ମପୁର ଡାକ୍ତରଖାନାରେ ଶିଶୁକୁ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା ଜଣାଯାଇଛି ।

Related posts

କରୋନା ସାଙ୍ଗକୁ, ଦାଉ ସାଜୁଛି କାଳ ଵୈଶାଖୀ

mahabharatanews

ସରୁନି ଟଙ୍କାର ମହାପର୍ବତ

mahabharatanews

୨ ତାରିଖ ସୁଦ୍ଧା ଶାଶୁ ଘର ଚାବି ଫେରସ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews