ଓଡିଶା

ନାଳରୁ ଶିଶୁକନ୍ୟା ଉଦ୍ଧାର

(ମହାଭାରତ, ପଦ୍ମପୁର): ବରଗଡ ଜିଲ୍ଲା ପଦ୍ମପୁରର ଶାସ୍ତ୍ରୀ ଛକ ନିକଟରେ ଥିବା ନାଳରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଦାର କରାଯାଇଛି । ଭୋର ୫ଟା ବେଳେ ଏହି ରାସ୍ତା ଦେଇ ଜଣେ ବ୍ୟକ୍ତି ଶୌଚ ପାଇଁ ଯାଉଥିଲେ । ଏହି ସମୟରେ ଶିଶୁଟିର କାନ୍ଦ ଶୁଣି ଚାରିଆଡେ ଖୋଜାଖୋଜି କରିଥିଲେ । ଏକ ପ୍ଲାଷ୍ଟିକ ବସ୍ତାରେ କାଦୁଅରେ ଜୁଜୁବୁଡୁ ଥିବା ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ବାସିନ୍ଦାଙ୍କୁ ଖବର ଦେଇଥିଲେ । ପଦ୍ମପୁର ଡାକ୍ତରଖାନାରେ ଶିଶୁକୁ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା ଜଣାଯାଇଛି ।

Related posts

ଜି-୨୦ ସମ୍ମିଳନୀ ପାଇଁ ୩୦୦ ଟ୍ରେନ ବାଧାପ୍ରାପ୍ତ 

mahabharatanews

ବୁଡହାଦେଓ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ

mahabharatanews

ଅଜଣା ଗାଡ଼ି ଧକ୍କା ରେ ମହିଳାଙ୍କ ମୃତ୍ୟୁ

mahabharatanews