Uncategorized

ପୁଣି ଏକ ଲଘୁଚାପକୁ ନେଇ ସତର୍କ କଲାଣି ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଚଳିତ ଲଘୁଚାପ ବର୍ଷାରେ ରାଜ୍ୟର ସ୍ଥିତି ବେହାଲ ହୋଇପଡିଛି । ଏହି ବର୍ଷା ଥମି ନ ଥିବା ବେଳେ ପୁଣି ଏକ ଲଘୁଚାପକୁ ନେଇ ସତର୍କ କରିଦେଲାଣି ଭାରତୀୟ ପାଣିପାଗ ବିଭାଗ । ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୧୭ରୁ ରାଜ୍ୟର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ମହାପାତ୍ରଙ୍କ ଅନୁଯାୟୀ, ୧୭ ତାରିଖ ଠାରୁ ରାଜ୍ୟରେ ପୁଣି ଲାଗି ରହିବ ବର୍ଷା। ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ଫଳରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି।

 

Related posts

ଦେଶରେ ଦିନକରେ ୭୫ ହଜାର ୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ମହିଳା ଜନଗଣନାକାରୀଙ୍କୁ ଆକ୍ରମଣ

mahabharatanews

ବଙ୍କରରେ ଲୁଚିଲେ ଟ୍ରମ୍ପ

mahabharatanews