ଓଡିଶା

ଗାଁ ଗାଁରେ ଦେଶୀ ମଦ ବନ୍ୟା, ଅବକାରୀ ବିଭାଗ ଚୁପ୍

ସୁବର୍ଣ୍ଣପୁର / ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ହାଟ ବଜାର, ଖେଳ ପଡ଼ିଆ, ଯେଉଁଠି ଚାହିଁଲେ ସେଠି ଦେଶୀ ମହୁଲୀ ମଦ ପାଉଜ ତଥା ମିଟୁ ଓ ମାଛ ଛାପାର ପଲିଥିନ୍ ବିଛେଇ ହୋଇ ପଡ଼ିଛି। ଗ୍ରାମାଞ୍ଚଳର ଛକ ଛକରେ ଦେଶୀ ମଦର ବନ୍ୟା। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ସନ୍ଧ୍ୟା ହୋଇଗଲେ ବିଭିନ୍ନ ସ୍ଥାନରେ ଜମୁଛି ଦେଶୀ ମଦର ଆସର। ବିଭିନ୍ନ ପଶୁ ପକ୍ଷୀଙ୍କ ଫଟୋ ଥିବା ନକଲି ପଲିଥିନ୍ ପାଉଜ୍ ତିଆରି କରି ଅବାଧରେ ଚାଲିଛି ଚୋରା ଦେଶୀ ମଦ କାରବାର। କିନ୍ତୁ ଏହା ଉପରେ ନାହିଁ କାହାରି ନଜର ।
ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପାଇଁ ବିଭିନ୍ନ ଦଳ, ମୁଖ୍ୟତଃ ଶାସକ ଦଳର ସ୍ଥାନୀୟ ନେତୃବୃନ୍ଦ ଭୋଟରଙ୍କୁ ସେମାନଙ୍କ ଆଡକୁ କରିବାକୁ ଚଳାଇଛନ୍ତି ପ୍ରୟାସ । ଏନେଇ ସଂଧ୍ୟା ହେଲେ ବିଭିନ୍ନ ଛକ ବଜାରରେ ଚାଲିଛି ଦେଶୀ ମହୁଲି ମଦ ଆସର । ମଦକୁ ପ୍ୟାକେଟ କରି ବଣ୍ଟା ଯାଉଛି । ସବୁ କିଛି ବେଆଇନ ଭାବେ ଚାଲିଛି । କିନ୍ତୁ ଏହା ଉପରେ ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସାଜିଛି। ଅବକାରୀ ବିଭାଗର ଏହି ସ୍ଥାଣୁତାକୁ ନେଇ ଦେଖ।।ଦେଇଛି ଅସନ୍ତୋଷ । ଏହାକୁ ନେଇ ବୁଦ୍ଧିଜୀବୀ ଚିନ୍ତାରେ । ଜିଲ୍ଲାର ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ କହିଛନ୍ତି ସୋନପୁର ଜିଲ୍ଲାରେ ଯେଭଳି ଭାବରେ ଦେଶୀ ମଦର ବନ୍ୟା ଛୁଟୁଛି ଏହାକୁ ଦେଖି ଜିଲ୍ଲାରେ ଅବକାରୀ ବିଭାଗ ନଥିବା ପରି ଲାଗୁଛି । ଜଙ୍ଗଲରେ ମଦ ରନ୍ଧା ହୋଇ ବିକ୍ରି ହେଉଛି । ମଦ ପାଉଚ୍ ବିକ୍ରି ସଂପୂର୍ଣ୍ଣ ବାରଣ ହୋଇଥିବା ବେଳେ ଜିଲ୍ଲାରେ କିନ୍ତୁ ଖୁଲମଖୁଲା ଏହି ବ୍ୟବସାୟ ଚାଲିଥିବା ସେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଜିଲ୍ଲା ପରିବେଶବିତ୍ ଶ୍ୟାମାଓଁ ପ୍ରସାଦ ମିଶ୍ର କହିଛନ୍ତି ମଦ ପାଉଚ୍ ଯୋଗୁଁ ପରିବେଶ ପ୍ରଦୂଷଣ ବଢୁଛି । ତାହା ମାଟିରେ ମିଶି ନପାରି ମାଟିର ଉର୍ବରତା ନଷ୍ଟ କରୁଛି । ଛୋଟ ଛୋଟ ପରିବା ବ୍ୟବସାୟୀଙ୍କ ପଲିଥିନ୍ ବ୍ୟବହାର ଉପରେ କଟକଣା ଲଗା ଯାଉଥିବା ବେଳେ ମଦ ପାଉଚ ଉପରେ କାହାର ନଜର ନାହିଁ। ମଦ ପାଇଁ ପରିବାର ମଧ୍ୟରେ ଝଗଡ଼ା ହେଉଛନ୍ତି।ଏହା ନିହାତି ନିନ୍ଦନୀୟ ବୋଲି ସେ କହିଛନ୍ତି। ତେବେ ବିଭିନ୍ନ ସମୟରେ ଯାଞ୍ଚ କରି ମାମଲା ରୁଜୁ ହେଉଛି ବୋଲି କହିଛନ୍ତି ସୋନପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ସାମୁଏଲ ଏକ୍କା।

 

Related posts

ବାହାରିଲା ଶ୍ରୀମନ୍ଦିରରୁ ମହାପ୍ରସାଦ 

mahabharatanews

କୋଇଲା ଦୁର୍ନୀତିରେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ

mahabharatanews

ୟୁକୋ ଆତ୍ମ ନିଯୁକ୍ତି ତାଲିମ ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର

mahabharatanews