ବିଶ୍ୱ

ମୃତ୍ୟୁର ଚର୍ଚ୍ଚା ଚାଲିଥିବା ବେଳେ, ଅଡିଓ ମେସେଜ ଆସିଲା ମୁଁ ଜୀବିତ

(କାବୁଲ): କାବୁଲକୁ ତାଲିବାନ ଦଖଲ କରିବା ପରେ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । କିଛି ଦିନ ତଳେ ପ୍ରଚାର ହୋଇଥିଲା ଯେ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବରଦାଙ୍କ ଗୁଳି ମାଡ଼ରେ ମୃତ୍ୟୁ ଘଟିଛି । ଏହି କାରଣରୁ ଯେଉଁଦିନ ତାଲିବାନ ସରକାର ଶପଥ ପାଠ ଉତ୍ସବ ହୋଇଥାନ୍ତା ତାହା ହୋଇପାରିଲା ନାହିଁ । ମାତ୍ର ଏସବୁ ଭିତରେ ବରଦାଙ୍କ ଏକ ଅଡିଓ ବର୍ତ୍ତା ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ “ମୁଁ ଜୀବିତ ଅଛି ମୋର ମୃତ୍ୟୁ ଓ ଆହାତକୁ ନେଇ ଯେଉଁ ସବୁ ଖବର ପ୍ରକାଶ ପାଇଛି ତାହା କେବଳ ଗୁଜବ ଅଟେ । ମୁଁ ସମ୍ପୂର୍ଣ୍ଣ ସୁରକ୍ଷିତ, ସୋସିଆଲ ମିଡିଆରେ କିଛି ଲୋକ ଜାଣଇ ଶୁଣି ଗୁଜବ ସୃଷ୍ଟି କରୁଛନ୍ତି । କିଛି ଦିନ ହେଲା ମୁଁ ଟ୍ରିପରେ ଯାଇଥିଲି । ବର୍ତ୍ତମାନ ଆମେ ଯେଉଁଠି ଅଛୁ, ସେଠାରେ ଆମେ ସମସ୍ତେ ସୁରକ୍ଷିତ ଅଛୁ । ମୋ ବନ୍ଧୁ ଓ ଭାଇମାନେ ମୋ ସହ ଅଛନ୍ତି । ତେଣୁ ମୁଁ ଏହାକୁ ଦୃଢ଼୍ାର ସହ ଖଣ୍ଡନ କରୁଛୁ । ଆମ ଭିତରେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି ହୋଇନାହିଁ । ଏନେଇ କତାରାରୁ ମୁଖପାତ୍ର ସୁହେଲ ଶାହୀନ ମଧ୍ୟ ବରାଦରଙ୍କ ମୃତ୍ୟୁକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି ।

Related posts

ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି

mahabharatanews

ପ୍ରତିଶୋଧ ନେଲା ରୁଷ

mahabharatanews

 ନ୍ୟୁୟର୍କବାସୀଙ୍କ ପାଇଁ ରାମଲାଲାଙ୍କ ସମାରୋହର ସିଧା ପ୍ରସାରଣ 

mahabharatanews