ଓଡିଶାରାଜନୀତି

ବିଜେଡିରେ ମିଶିଲେ କବିସୂର୍ୟ୍ୟନଗରର ବିଜେପି ଓ କଂଗ୍ରେସ କର୍ମୀ

(ହରପ୍ରସାଦ ବିଷୋୟୀ / ଗଞ୍ଜାମ) : କବିସୂର୍ୟ୍ୟନଗର ନିର୍ବାଚନ ମଣ୍ଡଳୀରେ ଶକ୍ତି ଶାଳୀ ହେଉଛି ବିଜୁ ଜନତା ଦଳ ଜ୍ଝ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ରେ ମିସୁଛନ୍ତି ନେତା ଜ୍ଝକବିସୂର୍ୟ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ୟ୍ୟନଗର ବ୍ଲକ ର ଜରଡ଼, ଗୁଡ଼ିଆଳି ଏବଂ ଆଠଗଡ ପଞ୍ଚାୟତ ରୁ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବଳିଷ୍ଠ ନେତୃତ୍ୱ ଓ ଲୋକାଭିମୁଖୀ ଯୋଜନା ରେ ଅନୁପ୍ରାଣିତ ହୋଇ ଆଜି ଭୁବନେଶ୍ୱର ଠାରେ ବିଜୁ ଜନତା ଦଳ ର ସାଂଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ଭାଇ )ଙ୍କ ସାଂଗଠନିକ କାର୍ୟ୍ୟ ରେ ଆକୃଷ୍ଟ ହୋଇ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ନେତୃତ୍ୱ ଓ କାର୍ୟ୍ୟ କରିବାର ଶୈଳୀ ରେ ଆକୃଷ୍ଟ ହୋଇ ବିଧାୟିକା ଙ୍କ ନେତୃତ୍ୱ ରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ବାସ ଭବନ ଠାରେ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି ଜ୍ଝ ସଭିଙ୍କୁ ଦଳ କୁ ସ୍ୱାଗତ କରିବା ସହ ଦଳ ଓ ସଂଗଠନ କୁ ମଜବୁତ କରିବା ପାଇଁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଧାୟିକା ଲତିକା ପ୍ରଧାନ ଆଲୋଚନା କରିଛନ୍ତି ଜ୍ଝ

 

Related posts

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗୀ ଶିବିର

mahabharatanews

ଆଜି ଶ୍ରାବଣର ପ୍ରଥମ ସୋମବାର, ଶୈବ ପୀଠରେ କାଉଡିଆଙ୍କ ଭିଡ

mahabharatanews

ମହିନ୍ଦ୍ରା ପିକପ ସହ ଗଞ୍ଜେଇ ଗିରଫ କଲା ପୋଲିସ

mahabharatanews