ଓଡିଶା

ଆଇଟିଆରରେ ପାକିସ୍ତାନୀ ଟଙ୍କା

ବାଲେଶ୍ୱର: ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ପାଇଛି ବହୁ ସାଂଘାତିକ ତଥ୍ୟ । ଚାନ୍ଦିପୁର ଆଇଟିଆରରୁ ମିଳିଛି ପାକିସ୍ତାନୀ ଟଙ୍କା । ଉତ୍ତରପ୍ରଦେଶ ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସି ଚାନ୍ଦିପୁରରେ ପହଞ୍ଚିଛି । ବାଂଲାଦେଶୀ ସ୍ଲିପର ସେଲ୍ ଜରିଆରେ ମଧ୍ୟ ଟଙ୍କା ଦିଆଯାଇଥିବା କ୍ରାଇମବ୍ରାଞ୍ଚ ତଥ୍ୟ ପାଇଛି। ଏହି ବାଂଲାଦେଶୀଙ୍କ ଉପରେ ନଜର ରଖାଯିବା ସହ ସ୍ଲିପର ସେଲର ସନ୍ଧାନ କରୁଛି କ୍ରାଇମ ବ୍ରାଞ୍ଚ । ଏଥିସହ ଟଙ୍କା କାରବାର ସମ୍ପର୍କରେ ବିଭିନ୍ନ ବ୍ୟାଙ୍କକୁ ତଥ୍ୟ ମଗାଯାଇଛି ।
ଅନ୍ୟପଟେ କେଉଁ କେଉଁ ତଥ୍ୟ ଲିକ୍ ହୋଇଛି ଏବଂ ତାହାର ଗୁରୁତ୍ୱ କଣ, ସେସବୁର ତର୍ଜମା ପାଇଁ ଏୟାରଫୋର୍ସର ଏକ ୩ ଜଣିଆ ଟିମ୍ କଟକରେ ପହଞ୍ଚିଛି । ଏହି ଟିମ ୫ ଘଣ୍ଟା ଧରି ଅଭିଯୁକ୍ତଙ୍କ ମାରାଥନ ଜେରା କରିଛି । ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି । ବର୍ତ୍ତମାନ ସେ ହ୍ୟାଣ୍ଡଲରଙ୍କୁ ଠାବ କରିବା ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେନେଇ କ୍ରାଇମବ୍ରାଞ୍ଚ ଜେରା ଆଗକୁ ବଢାଇଛି ।

 

Related posts

ମାଓବାଦୀଙ୍କ ଅମାନୁଷିକ କାଣ୍ଡ : ଜାଳିଦେଲେ ୯ଗାଡି

mahabharatanews

ତିନୋଟି ଗ୍ରାମକୁ ସାନିଟାଇଜେସନ କଲା ମୋଇତ୍ରୀ କମ୍ପାନୀ

mahabharatanews

ଉତ୍ତର-ପୂର୍ବ ବଙ୍ଗୋପସଗାରରେ ଲଘୁଚାପ: ୟେଲୋ ୱାର୍ଣ୍ଣିଙ୍ଗ୍ ଜାରି

mahabharatanews