ଓଡିଶା

ଆସନ୍ତା ୨୪ ଘଣ୍ଟରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନାଜାରି କରାଯାଇଛି । ଉତ୍ତରଦକ୍ଷିଣରେ ସମୁଦ୍ର ପତନ ଠାରୁ ୪.୫ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଏକ ଟ୍ରଫ୍‌ ଲାଇନ୍‌ ପୂର୍ବ ଉତ୍ତରପ୍ରଦେଶରୁ ଦକ୍ଷିଣ ଓଡ଼ିଶା ଉପର ଦେଇ ଛତିଶଗଡ଼ ପର୍ୟ୍ୟନ୍ତ ଗତିଶୀଳ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ବର୍ଷା ହେବା ନେଇ ସୂଚନା ରହିଛି ।
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଓ ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ତଥା ଉତ୍ତର ଉପକୂଳ ଓଡିଶାର କିଛି ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି। ବିଶେଷ କରି ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କଟକ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବଶୂନ୍ୟ ହୋଇ ରହିଥିବା କାରଣରୁ ରାଜ୍ୟରେ ମୌସୁମୀ ଜନିତ ବର୍ଷାର ପ୍ରଭାବ ଅନୁଭୂତ ହେବନାହିଁ। ତେବେ, ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ଟ୍ରଫ୍‌ ଲାଇନ ପ୍ରଭାବରେ ଆସନ୍ତା ରବିବାର ଅପରାହ୍ନ ମଧ୍ୟରେ ରାଜ୍ୟର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ଅନୁଗୁ. କନ୍ଧମାଳ, ଦେବଗଡ଼ ର ଗୋଟିଏ କିମ୍ବା ଦୁଇଟି ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Related posts

ନଦୀ ପାର ହେଲେ ପ୍ରସୁତି, ଆଖି ବୁଜିଲା ନବଜାତ

mahabharatanews

କୁମ୍ଭୀରକୁ ମାରିଖାଇବା ଘଟଣାର ତଦନ୍ତ ଆରମ୍ଭକଲା ବନବିଭାଗ

mahabharatanews

ଧରାପଡିଲେ ନକଲି ମାଟ୍ରିକ ପରୀକ୍ଷାର୍ଥୀ

mahabharatanews