ଅପରାଧଭାରତ

ନିଷ୍ଠୁର ସାଜିଲେ ବାପା ମା

(ହାଇଦ୍ରାବାଦ) ; ବାପା ମା ସନ୍ତାନଙ୍କ ପାଇଁ ବେଶ ଯତ୍ନବାନ ହୋଇଥାନ୍ତି । ଏବଂ ସନ୍ତାନର କଷ୍ଟ ମଧ୍ୟ ସହ୍ୟ କରିପାରନ୍ତି ନାହିଁ । କିନ୍ତୁ ଏକ ୩ବର୍ଷର ଝିଅ ଖାଇଲାନି ବୋଲି ବାପା ମା ଅକଥନୀୟ ନିର୍ଯାତନା ଦେଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏମିତିି ଏକ ଅମାନୁଷିକ ଘଟଣା ଘଟିଛି ତେଲେଙ୍ଗାନାର ମେଡକ ଜିଲ୍ଲାରେ । ଅଭିଯୁକ୍ତ ଜଣକ ଏମ୍ ନାଗାରାଜୁ ହୋଇଥିବା ଜଣାପଡିଥିବା ବେଳେ ସେ ଜଣେ ପୌର କର୍ମଚାରୀ। ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ନାଗାରାଜୁଙ୍କ ବିରୋଧରେ ଦୁଇଟି ଦଫା (ଆଇପିସିର ଧାରା ୩୨୪ ଓ ଜୁଭେନାଇଲ ଜଷ୍ଟିସ୍ ଆକ୍ଟର ଧାରା ୭୫) ଲଗାଇ ମାମଲାର ତଦନ୍ତ କରୁଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ତାଙ୍କର ୩ ବର୍ଷର ଝିଅକୁ ଏକ ଦୌଡ଼ିରେ ପିଟୁଛନ୍ତି। ତା’ସହିତ ତଣ୍ଟିକୁ ଧରି ତାକୁ ତଳେ କଚାଡ଼ି ଦେଉଛନ୍ତି। ଏହି ସମୟରେ ଝିଅଟିର ମା’ ମଧ୍ୟ ଉପସ୍ଥିତ ଥିଲେ ମଧ୍ୟ ପ୍ରତିବାଦ କରିବା ବଦଳରେ ସେସେହି ଦୃଶ୍ୟର ମଜା ନେଉଥିଲେ । ଝିଅ ଖାଇବାକୁ ମନା କରି ଦେବାକୁ ନାଗାରାଜୁ ରାଗି ଯାଇ ଏଭଳି ଦଣ୍ଡ ଦେଇଥିବା ଜଣାପଡ଼ିଛି। ରବିବାର ରାତିରେ ନାଗାରାଜୁ ତାଙ୍କ ଝିଅକୁ ଏମିତି ମାଡ଼ ମାରୁଥିବା ବେଳେ ଜଣେ ପଡ଼ୋଶୀ ତାଙ୍କ ମୋବାଇଲ୍ରେ ପୂରା ଘଟଣାର ଚିତ୍ର ଉତ୍ତୋଳନ କରିଥିଲେ।

 

Related posts

RBSK ମ୍ୟାନେଜର ଅଫିସରେ ବସି ମଦ ପିଉଥିବାର ଫଟୋ ଭାଇରାଲ

mahabharatanews

ଏଣିକି ଗୋଲାପୀ ରଙ୍ଗର ବଲରେ ଖେଳାଯିବ ଟେଷ୍ଟ କ୍ରିକେଟ୍ ।

mahabharatanews

ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼

mahabharatanews