ଓଡିଶା

ଝିଅ ପାଇଁ ବାପା ପାଇଲା ନୂଆ ଜୀବନ

(କଳାହାଣ୍ଡି) ; ଝିଅ ପାଇଁ ବାପା ପାଇଲା ନୂଆ ଜୀବନ । ନୀଜ ସନ୍ତାନ ପାଇଁ ପିତା ମାତ ।କେତେ ଯେ ଦଃୁଖ କଷ୍ଟ ସହି ସନ୍ତାନଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ । କିନ୍ତୁ ଏଠି ଘଟିଛି କିଛି ଅଲଗା , ଝିଅଟି ନିଜ ବାପାର ଜୀବନ ବଞ୍ଚାଇବା ପାଇଁ ନିଜ କିଡିନ କୁ ଦେଇଛି ବାପାକୁ । ଆହୁରି ମଜବୁତ କରିଦେଇଛି ଏହି ବାପା ଝିଅର ନିବିଡ ସମ୍ପର୍କକୁ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଲଡୁଗାଁ ଗାଁରେ । ସେହି ଗ୍ରାମର ସଲୋନୀ ଗର୍ଗ (୨୨) ନିଜ ବାପା ସୁନିଲ ଗର୍ଗକୁ ନିଜ କିଡିନ ଦେଇ ଦେଇଛି ଏକ ନୂଆ ଜୀବନ । ଯାହା ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ । ସୂଚନା ଅନୁଯାୟୀ ବାପା ସୁନିଲ ଗର୍ଗ ଗତ କିଛି ବର୍ଷ ହେବ କିଡନୀ ଜନିତ ରୋଗରେ ପୀଡିତ ହୋଇ ଥିଲେ। କିଛି ମାସ ତଳେ ତାଙ୍କ ଉଭୟ କିଡନୀ ଖରାପ ହୋଇଥିବା ନେଇ ଡାକ୍ତର ରିପୋର୍ଟରୁ ଜଣାପଡିଥିଲା । ତାଙ୍କ ଜୀବନ ରକ୍ଷା ପାଇଁ କିଡନୀ ପ୍ରତ୍ୟାରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ କିଏ କିଡନି ଦାନ କରିବ ସେନେଇ ପରିବାର ଚିନ୍ତାରେ ରହିଥିବା ବେଳେ ସୁନିଲଙ୍କ ଝିଅ ସଲୋନୀ ବାପାଙ୍କୁ ନିଜର କିଡନି ଦାନ କରିବାକୁ ଆଗକୁ ଆସିଥିଲେ। ହେଲେ ବାପା ଓ ପରିବାର ମନା କରିଥିଲେ କିନ୍ତୁ ବାପାଙ୍କୁ କୀଡନି ଦାନ କରିବାକୁ ଝିଅ ସୋନାଲି ଅଡ଼ି ବସିଥିଲେ । ଝିଅର ଜିଦ ଆଗରେ ଶେଷରେ ପରିବାରକୁ ହଁ କରିବାକୁ ପଡିଥିଲା । ଏହାପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଗତ ୮ ତାରିଖ ଦିନ କିଡନୀ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ସୁନିଲ ଗର୍ଗ ଓ ମେଦାନ୍ତ ହସ୍ପିଟାଲର ଡାକ୍ତରୀ ଟିମ ସମସ୍ତ ପରୀକ୍ଷା କରିବା ପରେ ସଫଳତାର ସହ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲାଏ । ତେବେ ଅସ୍ତ୍ରୋପଚାର ପରେ ସୁନିଲ ଓ ତାଙ୍କ ଝିଅ ସଲୋନୀ ସୁସ୍ଥ ଥିବା ବେଳେ ଝିଅକୁ ଜନ୍ମ ଦେଇ ଆଜି ବାପା ଓ ପରିବାର ଗର୍ବିତ ଅନୁଭଵ କରୁଛନ୍ତି।

 

Related posts

ମନ୍ଦିିରରୁ ଚୋରି, ଘଟଣାସ୍ତଳରେ ପୋଲିସର ତଦନ୍ତ

mahabharatanews

ଉତ୍କେଲା ଆଜିଠୁ ବିମାନ ସେବା ଆରମ୍ଭ

mahabharatanews

ବଦଳିଲେ ଜିଲ୍ଲାପାଳ

mahabharatanews