ଓଡିଶା

ଅରିନ୍ଦମଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିର୍ଭିକ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ଅରିନ୍ଦମଙ୍କ ଅକାଳ ବିୟୋଗ ରାଜ୍ୟ ସାମ୍ବାଦିକତା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟରେ ଉଲ୍ଲେଖ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ଏଥିସହ ଏସସିବିରେ ଭର୍ତ୍ତି ହୋଇଥିବା ଅନ୍ୟ ୫ ଜଣଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିଜେଡି ନେତା ତଥା ଆଇଆଣ୍ଡ ପିଆରର ପରାମର୍ଶ ଦାତା ମାନସ ମଙ୍ଗରାଜ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।
ଆଜି ମୁଣ୍ଡଳୀ ବ୍ୟାରେଜରେ ଫସି ରହିଥିବା ହାତୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଓଡ୍ରାଫ ଟିମ । ଓଡ୍ରାଫ ଟିମ ଏକ ବୋଟ ଯୋଗେ ହାତୀ ନିକଟକୁ ଯାଇଥିଲା । ହାତୀକୁ ଉଦ୍ଧାର କରିବାକୁ । ଓଡ୍ରାଫ ଟିମ ସହ ସେହି ବୋଟରେ ଓଟିଭିର ଯୁବ, ଉଦ୍ଦୀୟମାନ ତଥା ଦୁର୍ବିପାକ ସାମ୍ବାଦିକତାରେ ମହାରଥୀ ହାସଲ କରିଥିବା ଅରିନ୍ଦମ ଓ ତାଙ୍କ ସହଯୋଗୀ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ଯାଇଥିଲେ । ହାତୀ ନିକଟରେ ବୋଟି ମଧ୍ୟ ପହଞ୍ଚି ଯାଇଥିଲା । କିନ୍ତୁ ହଠାତ୍ କଣ ହେଲା କେଜାଣି ବୋଟ ଓଲଟିପଡିଲା । ଫଳରେ ବୋଟରେ ଥିବା ମୋଟ ୭ ଜଣ ପାଣି ସୁଅରେ ଭାସି ଯାଇଥିଲେ । ତେବେ ଏନଡିଆରଏଫ ଓ ଓଡ୍ରାଫ ୬ ଜଣଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ ।

 

Related posts

ଧରା ହେଲା ଚୋରା କୋଇଲା ବୋଝେଇ ଗାଡି

mahabharatanews

ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା

mahabharatanews

ଜାମଦା ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦ୍ଘାଟିତ

mahabharatanews