ଭାରତ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ବଜ୍ରାଘାତରେ ଗଲାଣି ୧୩ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରରେ ଚଳିତ ବର୍ଷ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ସାଙ୍ଗକୁ ବଜ୍ରାଘାତରେ ଗଲାଣି ୧୩ ଜୀବନ । ରବିବାର ଏବଂ ସୋମବାର ଦୁଇ ଦିନ ବର୍ଷାରେ ଦୁଇ ଶହରୁ ଅଧିକ ପ୍ରାଣୀ ସମ୍ପଦ ନଷ୍ଟ ହୋଇଛି । ଅନେକ ଘର ଭାଙ୍ଗି ଯାଇଥିବା ଏନଡିଆରଏଫ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ୫୬୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଏଥିସହ ୨୪ ଘଣ୍ଟା ଭିତରେ ମରାଠୱାଡା, ମୁମ୍ବାଇ ଏବଂ ରାଜ୍ୟର ଉପକୂଳବର୍ତ୍ତୀ କୋଙ୍କଣ ଅଞ୍ଚଳରେ ଆହୁରି ବର୍ଷା ଅନୁମ।।ନ କରାଯାଉଛି । ପାଣିପାଗ ବିଭାଗ ପୂର୍ବାନୁମାନ ସୂଚନା ଦେଇଛି । ପ୍ରବଳ ବର୍ଷାରେ ମରାଠୱାଡା ସ୍ଥିତି ବେହାଲ ହୋଇଯାଇଛି । ଔରଙ୍ଗାବାଦ, ଲାତୁର, ଓସମାନାବାଦ, ପରଭଣି, ବିଡ୍, ଜଲନା ଏବଂ ହିଙ୍ଗୋଲି ପରି ଆଠଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୧୩ ଜଣଙ୍କ ଜୀବନ ଚାଲିଯ।।ଇଛି ବଜ୍ରାଘାତରେ ।
ସେହିପରି ମଙ୍ଗଳବାର ଦିନ ମଞ୍ଜାରା ବନ୍ଧ ନିକଟସ୍ଥ ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ଡ୍ୟାମର ସମସ୍ତ ୧୮ଟି ଫାଟକ ଖୋଲି ଦେଇଥିଲେ କର୍ତ୍ତୃପକ୍ଷ । ଫଳରେ ବିଡ ଜିଲ୍ଲାର କେତେକ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ବନ୍ୟା ଆଶଙ୍କା ଯୋଗୁଁ ପଡୋଶୀ ଜିଲ୍ଲାରେ ଚେତାବନୀ ଜାରି କରାଯାଇଛି ।

 

Related posts

ବଢ଼ିଲା କୁଲିଙ୍କ ମଜୁରୀ 

mahabharatanews

ଶ୍ରୀକୃଷ୍ଣଙ୍କ ଜନ୍ମଭୂମିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

mahabharatanews

ସଡକ ଦୁର୍ଘଟଣା: ୧୦ ମୃତ, ୧୬ ଆହତ

mahabharatanews