ଭାରତ

୬ରେ ପଶ୍ଚିମବଙ୍ଗ ଯିବେ ମୋଦୀ 

(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ହିଂସାକୁ ନେଇ ସାରାଦେଶ ସ୍ତବ୍ଧ ହୋଇଯାଇଛି। ବିଜେପି, କଂଗ୍ରେସ, ବିଏସପି ସମେତ ଅନେକ ଦଳ ଏହି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ ସରକାରଙ୍କୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାରାସାତଠାରେ ଏକ ମହିଳା ସମାବେଶକୁ ସମ୍ବୋଧିତ କରିବାର ସମ୍ଭାବନା ରହିଛି।

ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପଶ୍ଚିମବଙ୍ଗ ଗସ୍ତ କରିପାରନ୍ତି । ସେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏକ ରାଲି କରିବେ ବୋଲି କୁହାଯାଉଛି। ସନ୍ଦେଶଖାଲି ମଧ୍ୟ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଅବସ୍ଥିତ । କେବଳ ଏତିକି ନୁହେଁ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଦେଶଖାଲିର ପୀଡିତ ମହିଳାମାନଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି ।

Related posts

ଦିଲ୍ଲୀର ପ୍ରଦୂଷଣ ଦିଲ୍ଲୀବାସୀଙ୍କ ଆୟୁଷ କମାଉଛି: ରଣଦୀପ ଗୁଲେରିୟା

mahabharatanews

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ

mahabharatanews

ମ୍ୟାଚ୍ ଚାଲିଥିବା ସମୟରେ ଅଧାରୁ ଟଳିଗଲେ କ୍ରିକେଟର

mahabharatanews