ବରଗଡ଼: ଗତ ସେପ୍ଟେମ୍ବର ୨୫ ତାରିଖରେ ବରଗଡ଼ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ଦିନ ପୋଲିସ ହେପାଜତରେ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ବରଗଡରେ ପହଞ୍ଚିଲେ ହ୍ୟୁମାନ ରାଇଟ ପ୍ରୋଟୋକଲ କନସିଡିରେସନ (ଏଚଆରପିସି) ଟିମ । ପୁଲିସ କୁମ୍ଭାରଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ମାରି ଦେଇଥିବା ନେଇ ଏଚଆରପିସି ନିକଟରେ ଅଭିଯୋଗ ହୋଇଥିଲା ।
ଶୁକ୍ରବାର ଏଚଆରପିସିର ଏକ ଟିମ ତଦନ୍ତ ପାଇଁ ବରଗଡରେ ପହଞ୍ଚିଛନ୍ତି । ଟିମରେ ଅତିରିକ୍ତ ଏସପି ଇତିକାନ୍ତ ମହାପାତ୍ରଙ୍କ ସହ ଡିଏସପି ବିଦ୍ୟୁତ ପଣ୍ଡା ରହିଛନ୍ତି । ଉଭୟ ବରଗଡ ଏସପିଙ୍କୁ ଭେଟିବା ପରେ ମୃତକଙ୍କ ପରିବାରକୁ ଭେଟିଥିଲେ । ଏହାପରେ ବରଗଡ ଥାନା ଅଧିକାରୀଙ୍କଠ।।ରୁ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଏ ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ମନା କରିଛନ୍ତି ।
ସେପ୍ଟେମ୍ବର ୨୫ ତାରିଖରେ ବରଗଡ ଥାନାରେ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ସନ୍ଦେହଜନକଭାବେ ମୃତ୍ୟୁ ହୋଇଥିଲା । ଏନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ପୁଲିସ ଗୋବିନ୍ଦଙ୍କୁ ପିଟିପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହି ଘଟଣାରେ ବରଗଡ଼ ଏସପି ବରଗଡ଼ ଟାଉନ ଥାନାର ୫ ଜଣ ପୋଲିସ କର୍ମଚାରୀଙ୍କୁ କାର୍ୟ୍ୟରୁ ନିବୃତ ରଖିଛନ୍ତି