ଓଡିଶା

ବନ୍ୟା ପରିଚାଳନାର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ୧୦ଟି ଜିଲ୍ଲା ବନ୍ୟା ପରିସ୍ଥିତି ସଂଗୀନ ହୋଇପଡିଛି। ସବୁଆଡେ ଜଳାର୍ଣ୍ଣବ ପରିସ୍ଥିତି। ବନ୍ୟା ପ୍ରପୀଡିତ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଜିରୋ କାଜୁଆଲିଟି ଉପରେ ରାଜସ୍ୱ ମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ସେପଟେ ବନ୍ୟା ବିପନ୍ନଙ୍କ ଲାଗି ଖାଦ୍ୟ ପାନୀୟ ଓ ଔଷଧର ବ୍ୟବସ୍ଥା କରାଯାଇଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି। ସେପଟେ ରାଜ୍ୟରେ ଆହୁରି ୩ରୁ ୪ଦିନ ଧରି ରାଜ୍ୟରେ ବନ୍ୟା ପରିସ୍ଥିତି ଜାରି ରହିବ। ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ଦେଖିବାକୁ ମିଳିଛି। ସଂପ୍ରତି ମୁଣ୍ଡୁଳିରୁ ୧୭ କ୍ୟୁସେକ ଜଳ ଖସୁଛି। କିଛି ସମୟ ପରେ ଘଣ୍ଟାକୁ ୨୫ କ୍ୟୁସେକ ଜଳ ଖସିବ। ରାଜ୍ୟର ୧୦ଟି ଜିଲ୍ଲା ଯଥା କଟକ, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଜିଲ୍ଲା ପ୍ରମୁଖ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ସେପଟେ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗର ଅତିରିକ୍ତ ଟିମକୁ ବନ୍ୟା ପ୍ଲାବିତ ଅଞ୍ଚଳକୁ ପଠାଯାଇଛି। ସେପଟେ ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟରେ ବର୍ଷା ଆକଳନ କରାଯାଉଥିବାବେଳେ ବାଲେଶ୍ୱର, ଭଦ୍ରକ, କେଉଁଝର, ଯାଜପୁର ଜିଲ୍ଲାକୁ ସତର୍କ ରହିବା ପାଇଁ କୁହାଯାଇଛି। ସେପଟେ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।

Related posts

ସ୍ୱର୍ଗଦ୍ୱାରକୁ ଶବ ନେଇ ଆସିଥିଲେ, ନିଜେ ଶବ ପାଲଟିଗଲେ…

mahabharatanews

ଅଗଷ୍ଟ ୧ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ରାଜ୍ୟରେ ଆଉ ୧୪୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews