ଓଡିଶା

ତାଳଚେର ଝିଅ ପିଙ୍କିନା ଓଜେଇଇରେ ଟପର୍

ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଲାଟେରାଲ୍ ଏଣ୍ଟ୍ରି (ଡିପ୍ଲୋମା)ରେ ତାଳଚେରର ଝିଅ ପିଙ୍କିନା ରାଣୀ ସାହୁ ଟପର୍ ହୋଇଛନ୍ତି । ପିଙ୍କିନା ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ (ଆଇଜିଆଇଟି)ରୁ ୨୦୧୭ ମସିହାରେ ଇଲେକ୍ଟ୍ରିକାଲ୍ ଡିପ୍ଲୋମାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ୍ ପାୱାର ପ୍ଲାଣ୍ଟରେ ସେ ଆପ୍ରେଣ୍ଟିସ୍ ଟ୍ରେନିଂ ନେବା ସହିତ ଓଜେଇଇ ପାଇଁ ପ୍ରସ୍ତୁତି ଚଳାଇଥିଲେ ।
ପିଙ୍କିନାଙ୍କ ଘର ଢେଙ୍କାନାଳ ଜିଲ୍ଲା ଖଡଗ ପ୍ରସାଦ ଅଞ୍ଚଳରେ ହୋଇଥିଲା ବେଳେ ତାଳଚେରର ଦେଉଳବେଡ଼ା ତେଲିସାହି ଅଞ୍ଚଳରେ ଦୀର୍ଘବର୍ଷ ଧରି ରହିଆସୁଛନ୍ତି । ବାପା ଅବନୀ କୁମାର ସାହୁ ଜଣେ ପରିବା ବ୍ୟବସାୟୀ ହୋଇଥିଲା ବେଳେ ମାଆ ଜଣେ ଗୃହିଣୀ ଅଟନ୍ତି । ପିଙ୍କିନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଓଜେଇଇ ନିମନ୍ତେ ସେ ଦିନକୁ ୧୨ରୁ ୧୪ ଘଣ୍ଟା ପରିଶ୍ରମ କରିଥିଲେ । ବାପାମାଆ, ପରିବାର, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେ ତାଙ୍କ ସଫଳତାର ଶ୍ରେୟ ଦେଇଛନ୍ତି। ତେବେ ଆଗକୁ ସମାଜ ପାଇଁ କିଛି କରିବାକୁ ତାଙ୍କର ଇଚ୍ଛା ଅଛି ବୋଲି କହିବା ସହ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିଲେ ସେ ନିଶ୍ଚିତ ସଫଳତା ପାଇବେ ବୋଲି ଆଶା ପ୍ରକଟ କରିଛନ୍ତି।

 

Related posts

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

mahabharatanews

ରାଜ୍ୟରେ ଆଜି ପୁଣି କରୋନା ନେଲା ୧୩ ମୁଣ୍ଡ

mahabharatanews

ଶତାଧିକ ଲୋକଙ୍କ ସୁଖ, ଦୁଃଖ ବିଭିନ୍ନ ସମସ୍ୟା ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews