ଭାରତ

୩୬ ଘଣ୍ଟାରେ ପାକିସ୍ତାନର ମାକରନ ଉପକୂଳ ଛୁଇଁବ ଶାହିନ

ମୁମ୍ବାଇ: ଶୁକ୍ରବାର ସକାଳେ ଆରବ ସାଗରରେ ସୃଷ୍ଟ ଲଘୁଚାପ ବଳୟ ଘୂର୍ଣ୍ଣିବାତ୍ୟା ଶାହିନ ସନ୍ଧ୍ୟାସୁଦ୍ଧା ଆହୁରି ଘନିଭୂତ ହୋଇଛି । ତେବେ ଏହ।। ବର୍ତ୍ତମାନ ଉପକୂଳଠୁ ଦୂରେଇ ଯାଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚିତ କରିଛନ୍ତି। ବର୍ତ୍ତମାନ ଏହା ଘଣ୍ଟାପ୍ରତି ୨୦ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆରବ ସାଗର ମଝାମଝି ଅଞ୍ଚଳରେ ପହଞ୍ଚିସାରିଛି । ସାଇକ୍ଲୋନିକ ଷ୍ଟର୍ମ ଶାହିନ କିଛି ସମୟ ପୂର୍ବରୁ ଓଡ଼ିଶା ଉପକୂଳ ଦେଇ ଭୂ-ଭାଗକୁ ପ୍ରବେଶ କରିଥିବା ସାଇକ୍ଲୋନିକ ଷ୍ଟର୍ମ ‘ଗୁଲାବ’ର ଶେଷ ଅଂଶ।
ଶାହିନ ନିଜ ପଥ ସମୁଦ୍ର ଭିତରକୁ କରିଥିବାରୁ ବର୍ତ୍ତମାନ ତଟବର୍ତ୍ତୀ ଅଞ୍ଚଳ ପାଇଁ ବିପଦ ନଥିବାଆଇଏମଡି ଆକଳନ କରିଛି । ଏହା ଦକ୍ଷିଣ ପାକିସ୍ତାନର ମାକରନ ଉପକୂଳ ଆଡକୁ ମୁହାଁଇଛି। ଆଗାମୀ ୩୬ ଘଣ୍ଟାରେ ଶାହିନ ଆହୁରି ଶକ୍ତିଶାଳୀ ହୋଇ ଉପକୂଳରେ ମାଡ଼ ହେବ। ଆଇଏମଡିଙ୍କ ଅନୁସାରେ ଆଗାମା ୧୨ ଘଣ୍ଟାରେ ଭେରିସିବିୟର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଯାହା ଓମାନ ଉପସାଗରରେ ପ୍ରବେଶ କରିବା ସହ ଓମାନ ଉପକୂଳରେ ପହଞ୍ଚିବ। ତେବେ ଓମାନ ଉପକୂଳରେ ପହଞ୍ଚିବା ବେଳକୁ ଏହା ଦୁର୍ବଳ ହେବ ବୋଲି ଆଇଏମଡି ଆକଳନ କରୁଛନ୍ତି।

 

Related posts

ଆରପାରିରେ ସବୁଜ ବିପ୍ଳବର ଜନକ ଏସଏସ ସ୍ୱାମୀନାଥ 

mahabharatanews

ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ

mahabharatanews

ଆଜି ପ୍ରକାଶ ପାଇବ କଂଗ୍ରେସ ତାଲିକା 

mahabharatanews