ଭାରତ

ଡିଏନଏ ଟେଷ୍ଟ ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଡିଏନଏ ଟେଷ୍ଟ ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏହା ବ୍ୟକ୍ତି ସ୍ୱାଧୀନତା ଓ ଗୋପନୀୟତାର ଉଲ୍ଲଙ୍ଘନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପଞ୍ଜାବର ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏହା କହିଛନ୍ତି । ସଂପୃକ୍ତ ବ୍ୟକ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀ ଏବଂ ହ୍ରିକିକେଶ ରୟଙ୍କ ଏକ ବେଞ୍ଚ ଏସମ୍ପର୍କରେ ନିଷ୍ପତ୍ତି ଶୁଣାଇଛନ୍ତି ।ସମ୍ପତ୍ତିରେ ଭାଗିଦାରୀ ପ।।ଇଁ ଚଣ୍ଡଗଡ ହାଇକୋର୍ଟ ତାଙ୍କୁ ଡିଏନ୍ଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ପଞ୍ଜାବର ଅଶୋକ କୁମାର ନାମକ ବ୍ୟକ୍ତିଙ୍କୁ ଭାଇ ବୋଲି ଅସ୍ୱୀକାର କରିବା ସହ ସମ୍ପତ୍ତିରେ ଅଂଶଧନ ଦେବାକୁ ତିନି ଭଉଣୀ ମନା କରିଦେଇଥିଲେ । ଅଶୋକ ସେମାନଙ୍କ ମା ବାପାଙ୍କ ସନ୍ତାନ ନୁହନ୍ତି ବୋଲି ମଧ୍ୟ କହିଥିଲେ । ପୂରା ମାମଲା କାଲକା କୋର୍ଟରେ ଚାଲିଥିଲା । ତିନି ଭଉଣୀ ଅଶୋକ କୁମାରଙ୍କ ଡିଏନ୍ଏ ଟେଷ୍ଟ୍ କରିବାକୁ ଦାବି କରିଥିଲେ । କିନ୍ତୁ ଜଜ୍ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ଉପରେ କୌଣସି ସମାଧ।।ନ ନ ବାହାରି ବାରୁ ମାମଲା ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପହଞ୍ଚିଥିଲା । ୨୦୧୯ ମାର୍ଚ୍ଚ ମାସରେ ହାଇକୋର୍ଟ ଅଶୋକଙ୍କୁ ଡିଏନ୍ଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଅଶୋକ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ଖଣ୍ଡପୀଠ କହିଛନ୍ତି, କୌଣସିବ ବି ପରିସ୍ଥିତିରେ ସମ୍ପର୍କ ପ୍ରମାଣ କରିବା ପାଇଁ ଡିଏନ୍ଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବା ଉଚିତ୍ ନୁହେଁ । ଅନ୍ୟ ପ୍ରମାଣ ଆଧାରରେ ଶୁଣାଣି ହୋଇପାରିବ ଓ ନ୍ୟାୟ ମିଳିପାରିବ । ଡିଏନ୍ଏ ପରୀକ୍ଷା ଜଣେ ବ୍ୟକ୍ତିର ଗୋପନୀୟତା ଅଧିକାରକୁ ପ୍ରଭାବିତ କରିଥାଏ ଏବଂ ଏହାର ସାମାଜିକ ସ୍ତରରେ ମଧ୍ୟ ପ୍ରଭାବ ପକାଇ ଥାଏ ।

 

Related posts

ଜନ୍ମ ନେଲେ ୩ କୁନି ଚିତା

mahabharatanews

ଦିଲ୍ଲୀରେ ବୁଡିଗଲା IAS କୋଚିଙ୍ଗ ସେଣ୍ଟର, ୩ ଛାତ୍ର ମୃତ

mahabharatanews

ଦିଲ୍ଲୀ ଲାଜପତ ନାଗରର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ

mahabharatanews