ଭାରତ

ପୋଲ ଭୁଶୁଡିବା ଘଟଣା; ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ

(ମିଜୋରାମ) : ମିଜୋରାମରେ ଭୁସୁଡ଼ିଗଲା ନିର୍ମାଣାଧୀନ ରେଳ ପୋଲ । ଫଳରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଅଇଜଲଠାରୁ ୨୧ କିମି ଦୂର ସାଇରଙ୍ଗ ଅଞ୍ଚଳରେ ଆଜି ଏହି ଦୁର୍ଘଟଣା ହୋଇଛି। ଏନେଇ ରେଳବାଇ ଏବଂ ପୁଲିସ ଅଧିକାରୀ ସୂଚନାଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସୂଚନାନୁଯାୟୀ ,   ଭୁଶୁଡ଼ି ପଡ଼ିଥିବା ଷ୍ଟିଲ୍‌ ନିର୍ମାଣ ତଳେ ଆହୁରି ଅନେକ ଲୋକ ଫସି ରହିଛନ୍ତି। ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ପ୍ରାୟ ୪୦ ଜଣ ଶ୍ରମିକ ଥିଲେ। ଏହି ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ପାଇଁ ରେଳବାଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।

Related posts

ବରିଷ୍ଠ ନେତା ଆଜମ ଖାଁଙ୍କୁ ୧୦ ବର୍ଷ ଜେଲ ସହ ୧୪ ଲକ୍ଷ ଟଙ୍କା ଜରିମାନା

mahabharatanews

ବରଫ ଅତଡ଼ା ଧସି ୧୧ ମୃତ୍

mahabharatanews

ଲାହୋର ଫେରିଲେ ଇମ୍ରାନ ଖାନ

mahabharatanews