ଅପରାଧ

ବାର ମାଲିକଙ୍କୁ ଖାତିର ପଡୁନି କଟକଣା

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ପ୍ରାୟ ୧୮ ମାସ ହେବ ରାଜ୍ୟର ବଡ ବଡ ସହରରେ ଚାଲିଥିବା ବାରରେ ନାଚ ଗୀତ ବନ୍ଦ ପଡିଛି । କିନ୍ତୁ ରାଜଧାନୀଆ ବାର ମାଲିକଙ୍କୁ ଖାତିର ପଡୁନି କଟକଣା । ଯେମିତି ପୂର୍ବରୁ ବାର ଚାଲିଥିଲା ସେମିତି ଚାଲିଛି ବାର, ବାର ଭିତରେ ଚାଲିଛି ଗୀତ, ନାଚୁଛନ୍ତି ସୁନ୍ଦରୀ ତରୁଣୀ ଓ ଉଡୁଛି ବିଡା ବିଡା ଟଙ୍କା । ରାଜଧାନୀରେ ଏମିତି ବାର ଭିତରେ ଗ୍ରାହକମାନେ ସୁରା ସାକିର ରଙ୍ଗୀନ ମାହୋଲ ଭିତରେ ମସଗୁଲ ଥିବା ବେଳେ ହୋଇଛି ରେଡ ଓ ୩ଟି ବାରରେ ତାଲା ପକାଯିବା ସହ ୨ଟି ବାରକୁ ନୋଟିସ ଜାରି କରାଯାଇଛି । ଉଭୟ ଅବକାରୀ ଓ ପୁଲିସ ପକ୍ଷରୁ ହୋଇଛି ଏହି ଚଢାଉ ।
ରାଜଧାନୀର କଟକ ରୋଡରେ ଥିବା ୫ଟି ବାର ଉପରେ ଗତକାଲି ରାତିରେ ଅବକାରୀ ଓ ପୁଲିସ ଚଢାଉ ହୋଇଥିଲା । ବାର ଭିତରେ ବିଡା ବିଡା ଟଙ୍କା ସୁନ୍ଦରୀ ତରୁଣୀଙ୍କ ଉପରେ ଉଡୁଥିଲା, ଗ୍ରାହକ ନାଲି ପାଣିରେ ମସଗୁଲ ଥିଲେ । ପୁଲିସ ଚଢାଉ ପରେ ୫ ଟି ବାର ମଧ୍ୟରୁ ହେଲା ନଶା, ଲାଇଭ ଇଟ ଅପ ଓ ଏକାମ୍ର ବାରରେ ତାଲା ପକାଇଛି ଓ ୨ ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯ।।ଇଛି । ଏଥିସହ ବାରରେ ନାଚୁଥିବା କିଛି ତରୁଣୀ ଓ ଗ୍ରାହକଙ୍କୁ ଅଟକ ରଖିଛି ପୁଲିସ ।

Related posts

ଆମେରିକା: ସନ୍ଦିଗ୍ଧର ଗୁଳିମାଡରେ ୬ ମୃତ

mahabharatanews

ସାମ୍ବାଦିକ ଦମ୍ପତିଙ୍କୁ  ହତ୍ୟା, ୫ ଗିରଫ

mahabharatanews

ମୃତଦେହ ପଡିଥିବା ସ୍ଥାନରୁ ୨ କିଲୋମିଟର ଦୂରରେ ମୁଣ୍ଡ ଠାବ କଲା ପୁଲିସ

mahabharatanews