ଅପରାଧ

ବହିଷ୍କୃତ ପ୍ରସନ୍ନଙ୍କ ଘର ସମେତ ୫ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଆଜି ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଚଢାଉ ଚାଲିଛି। ଭିଜିଲାନ୍ସ ବିଚାରପତିଙ୍କ ୱାରେଣ୍ଟ ଆଧାରରେ ଚଢାଉ ଚଳାଇଛି ଭିଜିଲାନ୍ସ । ପ୍ରସନ୍ନଙ୍କ ଘର ସମେତ ୫ଟି ସ୍ଥାନରେ ଚଢାଉ ଚାଲିଛି । ଭିଜିଲାନ୍ସର ୫ଟି ଟିମ୍ ନିୟୋଜିତ ଅଛନ୍ତି । ୨ ଜଣ ଡିଏସପିଙ୍କ ସମେତ ୬ ଜଣ ଇନ୍ସପେକ୍ଟର ଏହି ଚଢାଉରେ ସ।।ମିଲ ହୋଇଛନ୍ତି । ପ୍ରସନ୍ନଙ୍କ କଳ୍ପନା ସ୍ଥିତ ସରକାରୀ କ୍ବାର୍ଟର, ଡୁମୁଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ସନ୍ଥବିହାର ସ୍ଥିତ ଫର୍ଣ୍ଣିଚର ୱାର୍କସପ୍, ପାତ୍ରପଡା ସ୍ଥିତ ସାଉଥସିଟି ବାର୍, ଖୋର୍ଦ୍ଧା ନୂଆପଡା ସ୍ଥିତ ପୈତୃକ ଦୁଇ ତାଲା ବାସଭବନରେ ଚଢାଉ ଜାରି ରହିଛି ।
ମନିଷ ଅନୁରାଗ ହତ୍ୟା ଘଟଣାରେ ସାଉଥ ସିଟି କନେକ୍ସନ ଆସିବା ପରେ ବାର କମ ହୋଟେଲଟି କୋଭିଡ କଟକଣା ମଧ୍ୟରେ ସାରା ରାତି ଖୋଲିଥିବା କଥା ପଦାକୁ ଆସିଥିଲା । ଏହି ବାରରକୁ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ଚଳାଉଥିବା ଜଣାପଡିଥିଲା । ଏହା ପରେ ଚାପରେ ଆସି ପୁଲିସ ବାର ଉପରେ ରେଡ କରିଥିଲା । ରେଡ ପରେ ସେଠାରେ ବହୁ ପରିମାଣର ନକଲି ନୋଟ ସଂଗ୍ରହ ହୋଇଥିଲା । ଏହା ପରେ ପୁଲିସ ବାରକୁ ସିଲ କରିବା ସହ ପ୍ରଶନ୍ନଙ୍କୁ ଚାକିରିରୁ ନିଲମ୍ବନ କରିବା ସହ ତାଙ୍କୁ ଗିରଫ କରି ନେଇଥିଲା । ଆଜି ତାଙ୍କ ନାମରେ ଚାଲିଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଘର ଆଦି ଉପରେ ଚାଲିଛି ଚଢାଉ ।

 

Related posts

କରୋନା ସମୟରେ ଅବକାରୀ ବିଭାଗର ଚଢାଉ

mahabharatanews

ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର

mahabharatanews

ଆଶ୍ରମରେ ମିଳିଲା ସାଧୁଙ୍କ ମୃତଦେହ 

mahabharatanews