ଓଡିଶା

ଦୁର୍ନୀତି ନିବାରଣ ସପ୍ତାହ ପାଳନ: ତୃତୀୟ ଦିନରେ ସଚେତନତା ପଦଯାତ୍ରା

ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ସେଣ୍ଟ୍ରାଲ ଭିଜିଲାନ୍ସ କମିଶନରଙ୍କ ନିର୍ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ବର୍ଷ ଅକ୍ଟୋବର ୨୬ ରୁ ନଭେମ୍ବର ୧ ତାରିଖ ପର୍ୟ୍ୟନ୍ତ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଓ ନେହେରୁ ଯୁବ କେନ୍ଦ୍ର ତରଫରୁ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ପଦଯାତ୍ରାକୁ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ସୋନପୁର ସହରସ୍ଥିତ ରୟାଲ ପଡିଆ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଗାନ୍ଧୀ ପଡିଆ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳରେ ପହଂଚି ଥିଲା । ପଦଯାତ୍ରାରେ ସ୍ବେଛାସେବୀ ସଂଗଠନ, ବୁଢାରଜା ଯୁବକ ସଂଘର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ତଥା ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ନିରୀକ୍ଷକ ତୁଷାର କାନ୍ତ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ହରିଚରଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମସଭା ମାନ ଅନୁଷ୍ଠିତ କରାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏହି କ୍ରମରେ ଆଜି ଉଲୁଣ୍ଡା ବ୍ଲକର ସିଣ୍ଢୋଲ ଗ୍ରାମ ପଞ୍ଚାୟତର ସିଣ୍ଢୋଲ ଠାରେ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି ।

Related posts

ଗୁରୁତର ଗୋରୁର ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ଚିକିତ୍ସା

mahabharatanews

ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ 

mahabharatanews

୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ସହ ବର୍ଷା ହେବାର ସମ୍ଭାବନା !

mahabharatanews