ଓଡିଶା

ଶେଷରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ମମିତା ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟ ହୁଲୁସ୍ତୁଲ ହେଉଛି । ବିରୋଧୀ ଚଳାଇଛନ୍ତି ଆନ୍ଦୋଳନ, ବିକ୍ଷୋଭ, ପ୍ରଦର୍ଶନ । ମନ୍ତ୍ରୀଙ୍କ ନିରବତାକୁ ନେଇ ଉଠିଛି ପ୍ରଶ୍ନ । ତେଣୁ ଆଜି ଶେଷରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ପ୍ରେସ ବିବୃତ୍ତି ମାଧ୍ୟମରେ ଦେଇଛନ୍ତି ନିଜ ବୟାନ । ମମିତା ମେହେର ହତ୍ୟା ଘଟଣା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଏଥିରେ ମୁଁ ମର୍ମାହତ । ମୋର ମମିତାଙ୍କ ପରିବାର ପ୍ରତି ରହିଛି ଗଭୀର ସମବେଦନା । ଯଦି ମୋ ବିରୋଧରେ କିଛି ପ୍ରମାଣ ରହିଛି ପୁଲିସ କୋର୍ଟରେ ଦାଖଲ କରୁ ।
ଆଜି ମନ୍ତ୍ରୀ ପ୍ରେସ ବିବୃତ୍ତି ମାଧ୍ୟମରେ ଦେଇଛନ୍ତି ଉତ୍ତର । ମୁଁ ଜଣେ ଜନ ପ୍ରତିନିଧି । ଶିକ୍ଷାନୁଷ୍ଠାନକୁ ନିମନ୍ତ୍ରିତ ହୋଇ ଯାଇଛି । କିନ୍ତୁ ପଛରେ ସେଠାରେ କିଛି ଅଘଟଣ ଘଟିଲେ ମୋତେ ଦାୟୀ କରାଯିବା କେତେଦୂର ଯଥାର୍ଥ । ମୋ ନାଁରେ ମିଛ ପ୍ରଚାର ହେଉଛି । ମୋର ଚରିତ୍ର ସଂହାର କରାଯାଉଛି । କିଛି ଗଣମାଧ୍ୟମ ମୋର ସମ୍ମାନ ହାନୀ କରୁଛନ୍ତି । ଏନେଇ ସେସବୁ ଗଣମାଧ୍ୟମ ନାମରେ ମାନହାନୀ ମକଦ୍ଦମା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହ ମନ୍ତ୍ରୀ କହିଛନ୍ତି, ମୁଁ ସେନା ଆଦର୍ଶରେ ଅନୁପ୍ରାଣିତ ।

Related posts

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶର୍ନ

mahabharatanews

ସାଧାରଣ ପରିବାରରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ… ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନରେ ଦେଶବ୍ୟାପୀ ଶୁଭେଚ୍ଛା ବର୍ଷା

mahabharatanews

୧୫ ଅଗଷ୍ଟ ୨୦୨୧ରୁ ଆଜି ମଧ୍ୟରେ ୪,୮୧,୨୭୦ ଟଙ୍କା

mahabharatanews