ଓଡିଶା

କେବଳ ଗ୍ରୀନ୍ କ୍ରାକରକୁ ଅନୁମତି

କଟକ: ଦୀପାବାଳିରେ ବାଣ ଫୁଟେଇବାକୁ ଲାଗିରହିଥିବା ବିବାଦର ଅନ୍ତ ଘଟିଛି । ହାଇକୋର୍ଟ ବାଣ ଫୁଟାଇବାକୁ ଦେଇଛନ୍ତି ଅନୁମତି । ତେବେ କେବଳ ଗ୍ରୀନ୍ କ୍ରାକରକୁ ମିଳିଛି ଅନୁମତି । ଅଲ୍ ଓଡିଶା ଫାୟାର ଓ୍ବାର୍କସ ଡିଲରର୍ସ ଆସୋସିଏସନ୍ ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି । ବାଣକୁ ଅନୁମତି ମିଳିଥିଲେ ମଧ୍ୟ ରହିଛି କିଛି ସର୍ତ୍ତ ।
ହାଇକୋର୍ଟ ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ମଧ୍ୟ କିଛି ସର୍ତ ରହିଛନ୍ତି । ଏହି ସର୍ତ୍ତ ମୁତାବକ, କେବଳ ଗ୍ରୀନ କ୍ରାକରକୁ ହିଁ ଫୁଟାଇବାକୁ ମିଳିବ ଅନୁମତି । ଦୀପାବଳି ଦିନ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ତେଣୁ ବଜାରରେ କିପରି କେବଳ ଗ୍ରୀନ କ୍ରାକର ବିକ୍ରି ହେବ ତାର ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ବୋଲି କୁହାଯାଇଛି । ଆଦେଶ ଉଲ୍ଲଙ୍ଘନ ହେଲେ ପୁଲିସ ପଦକ୍ଷେପ ନେଇ ପାରିବ ବୋଲି କୁହାଯାଇଛି ।

 

Related posts

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ 

mahabharatanews

ଅଜଣା ରୋଗରେ କବଳିତ ହୋଇ , ଦୀର୍ଘ ୭ ବର୍ଷ ଧରି ଜୀବନ ସହ କରୁଛି ସଂଘର୍ଷ

mahabharatanews

କିଛିଦିନ ହେବେ ଗ୍ରାମରେ ନିର୍ମିତ ଫୋଲ ଭାଙ୍ଗିଯିବାରୁ ନାହିଁ ନଥିବା ଅସୁବିଧାର ସାମ୍ନା କଲେ ଗ୍ରାମବାସୀ ।

mahabharatanews