ଓଡିଶା

ହାତୀ ଆକ୍ରମଣ ଉପରେ ଲାଗିବ ରୋକ 

(ଭୁବନେଶ୍ୱର) : ହାତୀଙ୍କ ଦେହରେ ଲାଗିବ ରେଡିଓ କଲାର। ଏହାଦ୍ବାରା ହାତୀର ଚଳପ୍ରଚଳ ସମ୍ପର୍କରେ ପ୍ରକୃତ ତଥ୍ୟ ହାସଲ କରାଯାଇପାରିବ। ହାତୀପଲ କରିଡର୍‌ ବାହାରକୁ ଗଲେ, ସେମାନଙ୍କୁ ଟ୍ରାକ୍‌ କରି ବାଟକୁ ଅଣାଯାଇପାରିବ। ଫଳରେ ହାତୀଙ୍କ ଗତିବିଧି ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଗୁଆ ସତର୍କ କରାଯାଇପାରିବ।

ସୂଚନାନୁଯାୟୀ , ପ୍ରାରମ୍ଭିକ ଭାବେ ପାଇଲଟ୍‌ ପ୍ରକଳ୍ପ ଆଧାରରେ ୩ଟି ହାତୀଙ୍କ ବେକରେ ଏହି ରେଡିଓ କଲାର ଲଗାଯିବ। ପୂର୍ବରୁ ଏହା କର୍ଣ୍ଣାଟକ, ତାମିଲନାଡୁରେ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଥିବା ବନ ବିଭାଗ କହିଛି। ପାଇଲଟ୍‌ ପ୍ରକଳ୍ପ ଭାବେ ଓଡ଼ିଶାର ୩ଟି ହାତୀଙ୍କଠାରେ ଏହା ଏହା ସଫଳ ହେଲେ ଅନ୍ୟ ହାତୀପଲକୁ ସମ୍ପ୍ରସାରଣ କରାଯିବ। ଓଡ଼ିଶାର ଏକ ଷ୍ଟାର୍ଟ-ଅପ୍‌ ଜରିଆରେ ଏ ଅଞ୍ଚଳରେ ଜିଏସ୍‌ଏମ୍‌ ଆଧାରିତ ଅର୍ଲି-ୱାର୍ଣ୍ଣିଂ ସିଷ୍ଟମ୍‌ ଲଗାଯିବ। ଏହାଦ୍ୱାରା ଏହି ଅଞ୍ଚଳକୁ ହାତୀ ପଶିବା ନେଇ ଟ୍ରାକରମାନେ ଖବର ପାଇବା ମାତ୍ରେ ଅର୍ଲିୱାର୍ଣ୍ଣିଂ ସିଷ୍ଟମ ଅନ୍‌ କରିବେ। ଫଳରେ ସାଇରନ୍‌ ବାଜିବା ସହ ରେଡ୍‌-ଲାଇଟ୍ ଦେଖାଯିବ। ଫଳରେ ଉକ୍ତ ଅଞ୍ଚଳରେ ହାତୀ ଥିବା ନେଇ ଲୋକ ସତର୍କ ହେବେ ବୋଲି ପିସିସିଏଫ୍‌ ବନ୍ୟପ୍ରାଣୀ ସୁଶୀଲ କୁମାର ପୋପଲି ସୂଚନା ଦେଇଛନ୍ତି।

 

Related posts

ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ କମ୍ପିବ ଭୁବନେଶ୍ୱର

mahabharatanews

ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ରଫିକ୍ଙ୍କ ଶପଥ ପାଠ

mahabharatanews

ଜଳୁଛି ରାଜ୍ୟ : ୨୧ଟି ସହରରେ ୪୦ଡିଗ୍ରୀ ପାର

mahabharatanews