ଭାରତ

ଆନ୍ଧ୍ର ପ୍ରଦେଶରେ ବର୍ଷା ବିତ୍ପାତ: ୧୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି

ବିଶାଖାପାଟଣା: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ରାଜ୍ୟର ୧୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି । ଚିତ୍ତୁର, କୁର୍ଣ୍ଣୁଲ, ଅନନ୍ତପୁର, କଡପ୍ପା ଓ ରୟାଲ ସୀମା ଅଧିକ ପ୍ରଭାବିତ ହୋଇଛି। ରାଜ୍ୟରେ ୧୭ ଜଣଙ୍କ ମୃତ୍ୟୁ ବର୍ଷାରୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସ୍ଥିତି ଏମିତି ହୋଇଛି କି କଡପ୍ପା ବିମାନବନ୍ଦରକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ତିନି ଦିନ ଧରି ଲଗାଣ ବର୍ଷା କାରଣରୁ ଚିତ୍ତୁର, କଡପା ଜିଲ୍ଲାର ସମସ୍ତ ନଦୀ ବିପଦ ସଙ୍କେତ ଟପିଛି । କଡପ୍ପା ଜିଲ୍ଲାର ଅଧିକାଂଶ ଗାଁ ଜଳମଗ୍ନ ହୋଇଛି। ଜିଲାକୁ ସଂଯୋଗ କରିଥିବା ସମସ୍ତ ମୁଖ୍ୟ ସଡ଼କ ଓ ରେଳପଥ ବନ୍ୟାରେ ଭାସିଯାଇଛି । ତିରୁପତି ସହରର ତଳି ଅଞ୍ଚଳରେ ୮ ରୁ ୯ ଫୁଟ ଉଚ୍ଚଳ ଜଳ ପ୍ରବାହିତ ହେଉଛି। ଉପକୂଳ ଆନ୍ଧ୍ରରେ ହୋଇଥିବା ଏହି ବର୍ଷା ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
ଚିତ୍ତୋର ଜିଲ୍ଲାର ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ଡ୍ୟାମ୍ ଖୋଲାଯାଇଛି। ଚିତ୍ତୋର ଜିଲ୍ଲାର ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ଜିଲ୍ଲାର ସମସ୍ତ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ତିରୁମାଲା ତିରୁପତି ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ୟ୍ୟଟକ ଫସି ରହିଛନ୍ତି । ବର୍ଷା କାରଣରୁ ୧୭ ଜରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କୁ ଖୋଜା ଜାରି ରଖିଛି ରେସ୍କ୍ୟୁ ଟିମ । ଚେୟୁରୁ ନଦୀରେ ବନ୍ୟା ଆସି ୩ ଜଣ ଭାସିଯାଇଛନ୍ତି।

 

Related posts

 ପ୍ରାଣ ପ୍ରତିଷ୍ଠା ପାଇଁ ୭ହଜାର ଭିଭିଆଇପି ନିମନ୍ତ୍ରିତ

mahabharatanews

୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଭୂକମ୍ପ

mahabharatanews