ଓଡିଶାରାଜନୀତି

ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ବିଜୁ ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ଦାମ୍ କମ୍ ନ କରିବା ଯାଏ ଆନ୍ଦୋଳନ କରିବ ଦଳ ବୋଲି ବିଜେଡି କହିଛି ।
ଗ୍ୟସ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲିଠାରୁ ବିଜେଡି ୩ ଦିନ ଧରି ଆନ୍ଦୋଳନ କରିବ। ୨୨ ତାରିଖରେ କଟକ ଆରଡିସି ଅଫିସ ସମ୍ମୁଖରେ ଦିଆଯିବ ଧାରଣା । ସେହିପରି ସବୁ ବ୍ଲକ ସମ୍ମୁଖରେ ଧାରଣା ଦେବ ବିଜେଡି। ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ। ଗ୍ୟାସ୍ ଦର ନ କମିବା ପର୍ୟ୍ୟନ୍ତ ତୃଣମୂଳ ସ୍ତରରେ ଦଳ ଆନ୍ଦୋଳନ କରିବ ବୋଲି ବିଜେଡି କହିଛି।

 

Related posts

କାଠ ହଣୁଥିବା ବେଳେ ଗଛରୁ ପଡି ଲିଙ୍ଗରାଜ ବିଶୋଇଙ୍କ ମୃତ୍ୟୁ

mahabharatanews

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୁବକଙ୍କ ପୁରୀରେ ଚାଲିଗଲା ଜୀବନ

mahabharatanews

ଦକ୍ଷିଣାଞ୍ଚଳ କମାଣ୍ଡର ସିପି ମହାନ୍ତି

mahabharatanews