ଓଡିଶାରାଜନୀତି

ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ବିଜୁ ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ଦାମ୍ କମ୍ ନ କରିବା ଯାଏ ଆନ୍ଦୋଳନ କରିବ ଦଳ ବୋଲି ବିଜେଡି କହିଛି ।
ଗ୍ୟସ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲିଠାରୁ ବିଜେଡି ୩ ଦିନ ଧରି ଆନ୍ଦୋଳନ କରିବ। ୨୨ ତାରିଖରେ କଟକ ଆରଡିସି ଅଫିସ ସମ୍ମୁଖରେ ଦିଆଯିବ ଧାରଣା । ସେହିପରି ସବୁ ବ୍ଲକ ସମ୍ମୁଖରେ ଧାରଣା ଦେବ ବିଜେଡି। ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ। ଗ୍ୟାସ୍ ଦର ନ କମିବା ପର୍ୟ୍ୟନ୍ତ ତୃଣମୂଳ ସ୍ତରରେ ଦଳ ଆନ୍ଦୋଳନ କରିବ ବୋଲି ବିଜେଡି କହିଛି।

 

Related posts

ସାମାଜିକ ଅନୁଷ୍ଠାନ ପଲ୍ଲୀ ବିକାଶ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

mahabharatanews

ବଡ଼ବିଲରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ‘ବିଶ୍ୱ ପରିବେଶ ଦିବସ

mahabharatanews

ସଂସଦ ପରିସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଖାର୍ଗେଙ୍କ ଆଲୋଚନା

mahabharatanews