ଓଡିଶା

ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରକୁ ସନ୍ଧ୍ୟା ୬ଟାପରେ ଅନୁମତି ନାହିଁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରକୁ ସନ୍ଧ୍ୟା ୬ଟାପରେ କାହାରିକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ନନ୍ଦନକାନନ ପ୍ରାଣୀଉଦ୍ୟାନ ନିର୍ଦେଶକ ମନୋଜ ମହାପାତ୍ର ନୂଆ ନିର୍ଦେଶନାମା ଜାରି କରିଛନ୍ତି। ନନ୍ଦନକାନନର ଉନ୍ନତିକରଣ ଓ ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ମହାପାତ୍ର କହିଛନ୍ତି।
ସେ କହିଛନ୍ତି ଯେ ଉଦ୍ୟାନ ଭିତରୁ ପର୍ୟ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଅର୍ଥାତ୍ ସନ୍ଧ୍ୟା ହେବା ମାତ୍ରେ ଉଦ୍ୟାନ ଭିତର ପରିସର ମଧ୍ୟରେ ଥିବା ଜଙ୍ଗଲ ଭିତରେ ଖୋଲାରେ ବିଚରଣ କରୁଥିବା ହରିଣ,ବାରହା,ମୟୂର,କୁଟୁରା,ବିଲୁଆ ଆଦି ଜନ୍ତୁ ଜଙ୍ଗଲରୁ ବାହାରି ମୁଖ୍ୟ ରାସ୍ତା ଉପରକୁ ଚାଲିଆସୁଛନ୍ତି। ଏହି ସମୟରେ ଯାତାୟାତ କରୁଥିବା ବାଇକ ଚାଳକଙ୍କ ସହ ଏମାନଙ୍କ ଧକ୍କା ହେବାର ଆଶଙ୍କା ରହିଛି। ଯଦି ସେହି ସମୟ ମଧ୍ୟରେ ଦୁର୍ଘଟଣା ଘଟେ ସେ ସମ୍ପର୍କରେ କିଛି ଜାଣି ହୁଏ ନାହିଁ ଏବଂ ଆଘାତପ୍ରାପ୍ତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ହେବ ନାହିଁ। ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

Related posts

ତୁରେଇକେଲାରେ ମାଓ ପୋଷ୍ଟର

mahabharatanews

ହୋଲି ପାଳନ ପାଇଁ ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା

mahabharatanews

୨ ମହଲା ଛାତ ଘର ଭୁଶୁଡି ଅନ୍ୟ ୩ ଲୋକ ପ୍ରଭାବିତ

mahabharatanews