ରାଜନୀତି

ଶୀତ ଅଧିବେଶନରେ ମମିତା ପ୍ରସଙ୍ଗ ଉଠାଇବ ବିଜେପି

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଅଧିବେଶନରେ ବିଜେଡି ଶାସିତ ସରକାର ଅଧୀନରେ ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ସଂସଦରେ ଉଠାଇବାକୁ ରାଜ୍ୟ ବିଜେପି ପ୍ରସ୍ତୁତ ହୋଇଛି । ଏହି ଅଧିବେଶନ କାଳରେ ରାଜ୍ୟରେ ଘଟିଥିବା ପରୀ ହତ୍ୟାଠାରୁ ମମିତା ମେହେର ହତ୍ୟା ପରି ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଯିବ ବୋଲି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ।
ପୂଜାରୀ ଏକ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳାଙ୍କ ବିରୋଧରେ ବୃଦ୍ଧି ପାଉଥିବା ହିଂସାକୁ ଉତ୍ଥାପନ କରାଯିବ । ନୟାଗଡ ପରୀ ଠାରୁ ବଲାଙ୍ଗୀରର ମମିତା ହତ୍ୟା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ସରକାର ଚୁୁପ ବସିଛି । ଆଇନକୁ ତା ବାଟରେ ଯିବାକୁ ଦିଆଯାଉ ନାହିଁ ବୋଲି ପୂଜାରୀ କହିଛନ୍ତି । ସେ ଆହୁରି କହିଛନ୍ତି, ରାଜ୍ୟରେ କେନ୍ଦ୍ର ଯୋଜନା ବାଟମାରଣା ପ୍ରସଙ୍ଗକୁ ମଧ୍ୟ ଗୃହରେ ଉପସ୍ଥାପନ କରିବ ବିଜେପି । ଏଥିସହ ଦଳ ମତ ଉଦ୍ଧ୍ୱର୍କୁ ଯାଇ ଆନ୍ଧ୍ର, ପଶ୍ଚିମ ବଙ୍ଗ ଓ ଝାଡଖଣ୍ଡ ସହ ଥିବା ସୀମା ବିବାଦ ପ୍ରସଙ୍ଗ ଉଠାଇବ ବୋଲି ସୂଚନା ଦେଇଛନ୍ତି ପୂଜାରୀ ।

Related posts

ବବିଙ୍କ ଚେର କାଟିବାକୁ ସ୍ୱରୂପ ମୋହରା

mahabharatanews

ସର୍ବ ସମୁଖରେ ମହିଳାଙ୍କୁ ଚାପୁଡା ମାରିଲେ ମନ୍ତ୍ରୀ

mahabharatanews

ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

mahabharatanews