ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ହୋଇଥିବା ହଙ୍ଗାମାର ପ୍ରତିଫଳନ ଶୀତ ଅଧିବେଶନରେ ଦେଖିବାକୁ ମିଳିଛି । ହଙ୍ଗାମା କରିଥିବା ୧୨ ସାଂସଦଙ୍କୁ ରାଜ୍ୟ ସଭାର ଶୀତ ଅଧିବେଶନର ବାକି କାର୍ଯ୍ୟଦିବସ ପାଇଁ ନିଲମ୍ବିତ କରାଯାଇଛି । ଏହି ୧୨ ସାଂସଦଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ, ତୃଣମୂଳ କଂଗ୍ରେସ, ଶିବ ସେନାର ସାଂସଦ । ଅଗଷ୍ଟ ୧୧ ତାରିଖରେ ଏମାନେ ରାଜ୍ୟସଭାରେ ହଙ୍ଗାମା କରି ନିଲମ୍ବିତ ହୋଇଥିଲେ ।
୧୧ ଅଗଷ୍ଟରେ ଇନସୁରାନ୍ସ ବିଲ ଉପରେ ଚର୍ଚ୍ଚା ସମୟରେ ଏମାନେ ଗୃହରେ ହଙ୍ଗାମା କରିଥିଲେ । ସଂସଦ ମଧ୍ୟରେ ହୋ ହାଲ୍ଲା, ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତି ଏମିତି ହୋଇଥିଲା କି ଶେଷରେ ମାର୍ସଲଙ୍କୁ ଡାକିବାକୁ ପଡିଥିଲା । ଏହି ହଙ୍ଗାମାକୁ ନେଇ ରାଜ୍ୟସଭା ସଭାପତି ଓ ଉପରାଷ୍ଟ୍ରପତି ଭେଙ୍କେୟା ନ।।ଇଡୁଙ୍କୁ ଏହାର ନିନ୍ଦା କରିବାକୁ ପଡିଥିଲା । ଏହା ଲୋକତନ୍ତ୍ର ମନ୍ଦିର ପାଇଁ ଅପବିତ୍ର ବୋଲି କହିଥିଲେ ।