ବିଶ୍ୱ

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩୦ ମୃତ

ପେଶାଓ୍ଵର: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଛି ଯେଉଁଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପାକିସ୍ତାନର ପେଶାଓ୍ଵରରେ ଏକ ମସଜିଦରେ ନମାଜ ପାଠ ସମୟରେ ଆତ୍ମଘାତୀ ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପରେ ସେଠାରେ ଉଦ୍ଧାର କାର୍ଯ୍ୟ ପାଇଁ ୧୫ ଆମ୍ବୁଲାନ୍ସ ନିୟୋଜିତ ଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେହି ଘଟଣାକୁ ଦେଖିଥିବା ଲୋକଙ୍କ କହିବା ଅନୁଯାୟୀ, ମସଜିଦରେ ନମାଜଜ ପାଠ କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପୂର୍ବରୁ ପ୍ରଥମେ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଆତ୍ମଘାତୀ ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପୋଲିସ୍ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ୟ୍ୟ ଚଳାଇଛନ୍ତି।

 

Related posts

ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ୍

mahabharatanews

ଭେନେଜୁଏଲା ବିରୋଧରେ ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧ

mahabharatanews

ଆକାଶମାର୍ଗର ଦିଗ ବଦଳାଇ ଭୁଲରେ ପୋଡଶୀ ଦେଶରେ ପ୍ରେବଶ କରିଥିଲା ଭାରତୀୟ ବିମାନ ।

mahabharatanews