ଓଡିଶା

ରାଜ୍ୟରେ ବନ୍ଦ ହେଲା ସବୁ କୋଭିଡ୍ ହସ୍ପିଟାଲ

(ଭୁବନେଶ୍ୱର) : ରାଜ୍ୟରେ ସରକାର ମାର୍ଚ୍ଚ ୧ରୁ ସମସ୍ତ କୋଭିଡ୍ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଟେକନିକାଲ କମିଟିର ସୁପାରିଶ ଓ ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି । ଭୁବନେଶ୍ୱର ମହାନଗର ନିଗମକୁ ଏଥିରୁ ଦୂରେଇ ରଖାଯାଇଛି ।

ସୂଚନାନୁଯାୟୀ , ରାଜ୍ୟର ସବୁ ଘରୋଇ ହସ୍ପିଟାଲରେ କୋଭିଡ୍ ଚିକିତ୍ସାକୁ ମାର୍ଚ୍ଚ ୧ରୁ ବନ୍ଦ କରାଯାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମକୁ ଏଥିରୁ ଦୂରେଇ ରଖାଯାଇଛି । ଭୁବନେଶ୍ୱର ମହାନଗରରେ କେତେ କୋଭିଡ୍ ବେଡ୍ ରହିବ ତା’ର ବାସ୍ତବ ସ୍ଥିତିକୁ ଆକଳନ କରି ସମ୍ପୃକ୍ତ ମହାନଗରର କମିଶନର ନିଷ୍ପତ୍ତି ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। କେବଳ ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲରେ ୩୦ଟି ବେଡ୍ କୋଭିଡ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କରିଛନ୍ତି ।

 

Related posts

ମା’ ସମଲେଶ୍ୱରୀ ମନ୍ଦିରକୁ ମାଦକ ଦ୍ରବ୍ୟ ନେଇ ଗଲେ ୫୦୦ଟଙ୍କା ଜରିମାନା

mahabharatanews

୧୨ ପୋଲିସ କର୍ମଚାରୀ କରୋନା ପଜିଟିଭ, ରାୟଗଡା ଏସପିଙ୍କ ଭିଡିଓ ବାର୍ତ୍ତା ଜାରି

mahabharatanews

ଗୋଚାଲାଣକାରୀଙ୍କ ଗୁଳି ମାଡ଼ରେ ଦୁଇଜଣ ଗୋସେବକଗୁରୁତର ଆହତ

mahabharatanews