ଓଡିଶା

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି : ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟ

କଟକ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୪ ତାରିଖରୁ ୪ଟି ଜିଲ୍ଲାକୁ ଛାଡିଲେ ରାଜ୍ୟର ଅନ୍ୟ ସମସ୍ତ ନିମ୍ନ ଅଦାଲତ ସକାଳୁଆ କାର୍ଯ୍ୟ କରିବ । ସକାଳ ୭ଟାରୁ କୋର୍ଟ କାର୍ଯ୍ୟ ଆରମ୍ଭ ହେବା ସହ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ତେବେ ବିଭିନ୍ନ ମାମଲାର ଶୁଣାଣି ସକାଳ ୭ଟା ୩୦ମି. ଋୁ ୧୨.୩୦ମି. ପର୍ଯ୍ୟନ୍ତ ଚାଲୁ ରହିବ ।

 

କୋର୍ଟ କାର୍ଯ୍ୟ ସମୟରେ ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିରତି ରହିବ । ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ସକାଳୁଆ କୋର୍ଟ ଚାଲୁ ରହିବ । ପୁରୀ ସଦର, ଭୁବନେଶ୍ୱର, ବ୍ରହ୍ମପୁର ଏବଂ କୋରାପୁଟ ସଦର ଜିଲା କୋର୍ଟ ସକାଳୁଆ କାର୍ଯ୍ୟ ହେବ ନାହିଁ । ହାଇକୋର୍ଟ ରେଜିଷ୍ଟାର ଡ଼ ଭାଗ୍ୟଲକ୍ଷ୍ମୀ ରଥ ପ୍ରତ୍ୟେକ ଜିଲ୍ଲା ଜଜ୍‌ଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ।

Related posts

କେଉଁଝର ଦୁର୍ଘଟଣା : ପୀଡ଼ିତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ନେତାଜୀ ବସ୍ ଟର୍ମିନାଲ୍ 

mahabharatanews

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

mahabharatanews