ବିଶ୍ୱ

ଋଷ ସହିତ ଏକ ଶାନ୍ତି ଚୁକ୍ତିନାମା କରିବାକୁ ପ୍ରସ୍ତୁତ ଅଛନ୍ତି ଜେଲେନସ୍କି

କିଭ୍: ୟୁକ୍ରେନ ଓ ଋଷ ମଧ୍ୟର ଯୁଦ୍ଧକୁ ଏକ ମାସ ପୁରିଗାଲାଣି । ତଥାପି ଯୁଦ୍ଧ ଥମିବାର ନାଁ ନେଉ ନାହିଁ । ଏହି ଦୁଇ ଦେଶର ଯୁଦ୍ଧ ଭିତରେ ହଜାର ହଜାର ଲୋକଙ୍କର ଜୀବନ ଗଲାଣି । ଏହାରି ଭିତରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ନିରପେକ୍ଷତା ଉପରେ ଋଷର ବିଚାରକୁ ନେଇ ତାଙ୍କ ସରକାର ଯତ୍ନବାନ ଅଛନ୍ତି । ଏହା ସହ ୟୁକ୍ରେନ ଏ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି । ଜେଲେନସ୍କି ରବିବାର ଦିନ ପ୍ରକାଶ କରିଛନ୍ତି ଯେ ଋଷ ସହିତ ଏକ ଶାନ୍ତି ଚୁକ୍ତିନାମାର ଏକ ଅଂଶ ଭାବରେ ନିରପେକ୍ଷ ମାନ୍ୟତା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ସମୟରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନ ରବିବାର ଦିନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ୟୁକ୍ରେନରେ ଅସ୍ତ୍ରବିରତି ବନ୍ଦ ଡାକରା ଦେଇଛନ୍ତି ।

ଋଷର ଏକ ସାମ୍ବାଦିକ ସାକ୍ଷାତରେ ୟୁକ୍ରେନ ରଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ଋଷ ସହ ଶାନ୍ତି ପୂର୍ଣ୍ଣ ଆଲୋଚନା ପଇଁ ପ୍ରସ୍ତୁତ ଅଛି ୟୁକ୍ରେନ । ଜେଲେନସ୍କି ପୂର୍ବରୁ କହିଥିଲେ ଯେ ୟୁକ୍ରେନ ଆଉ ନାଟୋ ସଦସ୍ୟତା ଉପରେ ଜିଦ୍ କରିବ ନାହିଁ। ରବିବାର ଦିନ ରୁଷର ସୈନ୍ୟ ଦେଶ ଛାଡିବା ପରେ ଏହି ଦୁଇଟି ପ୍ରସଙ୍ଗକୁ ୟୁକ୍ରେନ ଭୋଟରଙ୍କୁ ଏକ ଉପନିର୍ବାଚନରେ ରଖାଯିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଶାନ୍ତି ପାଇଁ ହତାଶ ଏବଂ ବର୍ତ୍ତମାନ ଏହା ଚାହୁଁଛନ୍ତି। ତୁର୍କୀରେ ମୁହାଁମୁହିଁ ବୈଠକର ଉଭୟ ସୁଯୋଗ ଏବଂ ଆବଶ୍ୟକତା ଅଛି । ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଓତ୍ତର ଏବଂ ଦକ୍ଷିଣ କୋରିଆ ପରି ଋଷ ଦେଶକୁ ବିଭାଜନ କରିବାକୁ ଚାହୁଁଛି । ଯାହା ଆମେ କେବେବି ସମ୍ଭବ କରିବାକୁ ଦେବୁ ନାହୁଁ ।

Related posts

ୟୁନିଫିକେସନ ଚର୍ଚ୍ଚକୁ ୧ ମିଲିୟନ ଡଲାର ଦାନ କଲେ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ

mahabharatanews

ଅମ୍ପାୟାର ଅସଦ୍ ରଉଫଙ୍କ ବିୟୋଗ

mahabharatanews

ୟୁକ୍ରେନ ଉପରେ ରୁଷର କ୍ଷେପଣସ୍ତ୍ର ଆକ୍ରମଣ

mahabharatanews