ଓଡିଶା

ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। କିନ୍ତୁ ଡ୍ରାଇଭର ବର୍ଦ୍ଧନ ଟପୋଙ୍କୁ ନର୍ଦ୍ଦୋଷରେ ଖଲାସ କରିଥିବା ଜଣାଯାଇଛି। ରାୟଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ ମାମଲାର ରାୟ ପ୍ରକାଶ କରିଛନ୍ତି । ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ହୋଇଥିବା ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗତ ଫେବୃଆରି ୨୦୨୦ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ସୂଚନାଯୋଗ୍ୟ ଯେ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଛତିଶଗଡ଼ ରାଜ୍ୟର ରାୟଗଡ଼ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଥିଲେ। ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ପୁଲିସ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ରାୟଗଡ଼ ଜେଏମଏଫସି  କୋର୍ଟରେ ହାଜର କରିଥିଲା।

Related posts

ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବାରୁ ଜବାବ ମାଗିଲେ ହାଇକୋର୍ଟ

mahabharatanews

କୋରାପୁଟ ଜିଲ୍ଲାରୁ ୪୦୦ ରକ୍ତ ନମୁନା ସଂଗ୍ରହ କରୁଛି ଆରଏମ୍ଆରସି

mahabharatanews

କଟକ ମେୟର ସୁବାସ ସିଂଙ୍କ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କଂଗ୍ରେସ

mahabharatanews