Uncategorized

ଭିଜିଲାନ୍ସ ଜାଲ୍‌ରେ ଆଉ ଜଣେ ସରକାରୀ ବାବୁ

ଭୁବନେଶ୍ୱର:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ଆର୍‌ଏମ୍‌ସି ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆର୍‌ଏମ୍‌ସି ଇନ୍ସପେକ୍ଟର ବନମାଳୀ ନାଏକଙ୍କ ଘର, ଅଫିସ୍ ସମେତ ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ଅଫିସ୍, କେନ୍ଦୁପଡ଼ାର ତିନି ମହଲା ଘର, ଡେଙ୍ଗିଭଡ଼ିରେ ଥିବା ଦୁଇ ମହଲା ଘର, କିଞ୍ଜିରିକିଲାର ପୈତୃକ ଘର, ଲେଫ୍ରିପଡ଼ାର ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ବନମାଳୀଙ୍କ ଘରୁ ନଗଦ ୨ ଲକ୍ଷ ୯୭ ହଜାର ଟଙ୍କା, କେଜିଏରୁ ଊର୍ଦ୍ଧ୍ୱ ସୁନା ଗହଣା ମିଳିଛି। ଯାହାର ଆନୁମାନିକ ମୂଲ୍ୟ ୬୦ ରୁ ୭୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି। ଏହାସହ ବିପୁଳ ପରିମାଣରେ ବ୍ୟାଙ୍କ ଜମା ଠାବ କରିଛି ଭିଜିଲାନ୍ସ।

Related posts

ଆତଙ୍କବାଦର ରୋଜଗାର ବାଟ ନିଶା କାରବାର: ଶାହା

mahabharatanews

ଲକଡାଉନ ଭାରତକୁ ପ୍ରଦୂଷଣମୁକ୍ତ କରିଛି: ନାସା

mahabharatanews

ସରିଲା ସମୀର ଖାନଙ୍କ ଏନସିବି ହେପାଜତ

mahabharatanews