ଓଡିଶା

ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର

ଭୁବନେଶ୍ୱର: ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର । ଏହି ପଦବୀ ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ଲମ୍ବା ଧାଡ଼ିରେ ଥିବା ସତ୍ୱେ ଏହି ପଦବୀ ପାଇଁ ଚୟନ ହୋଇଛନ୍ତି ଡେପୁଟି ମେୟର ହୋଇଛନ୍ତି ୨୨ ନମ୍ବର ୱାର୍ଡର ମଞ୍ଜୁଲତା କହଁର ।ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ବିଏମସି ଡେପୁଟି ମେୟର ପଦବୀ ହାସଲ କରିଛନ୍ତି । ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ବିଜେଡି ଡେପୁଟୀ ମେୟର ପଦବୀ ହାସଲ କରିବା ସୁନିଶ୍ଚିତ ଥିଲା ।

ଅନ୍ୟପକ୍ଷେ ଏହି ପଦବୀ ପାଇଁ ବିଜେଡିରୁ ନିର୍ବାଚିତ ଏକାଧିକ କର୍ପୋରେଟର ଆଶାୟୀ ଥିବାରୁ, ପ୍ରାର୍ଥୀ ମାନଙ୍କ ମଧ୍ୟରେ ଚାଲିଥିଲା ଜୋରଦାର ଲଢ଼େଇ । ହେଲେ ଦଳୀୟ ସୁପ୍ରିମୋ ମଞ୍ଜୁଲତା କହଁର ଉପରେ ଭରସା କରିଛନ୍ତି । ସେହିଭଳି ବିଜେପିର ମାତ୍ର ୧୦ ଜଣ କର୍ପୋରେଟର ଥିବାରୁ ଦଳ ଡେପୁଟୀ ମେୟର ପ୍ରାର୍ଥୀ ଦେଇନାହିଁ ।

Related posts

ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଆତ୍ମହତ୍ୟା

mahabharatanews

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

mahabharatanews

ମାଆଙ୍କର ଅପୂର୍ବ ଲୀଳା ଦେଖିବାକୁ ଏକାଠି ଶହ ଶହ ଭକ୍ତ ।

mahabharatanews