ଓଡିଶା

ସମବାୟ ସମିତି ନିର୍ବାଚନ ନିମନ୍ତେ ପ୍ରଶିକ୍ଷଣ ଶିବିର ଆରମ୍ଭ

ପୁରୀ/ଜୟନ୍ତ କୁମାର ସେଠୀ : ସମବାୟ ସମିତି ନିର୍ବାଚନ ନିମନ୍ତେ ଅଧିକାରୀମାନଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାର ୬୭୦ଟି ସମବାୟ ସମିତିର ବିଭିନ୍ନ କର୍ମକର୍ତ୍ତା ମାନଙ୍କ ନର୍ବାଚନ ଆସନ୍ତା ଜୁନ ମାସ ୧୯ ଓ ୨୬ ତାରିଖରେ ଅନୁଷ୍ଠିତ ହେବ । ଆଜି ତାଲିମ କାର୍ୟ୍ୟରେ ୧୬୧ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ୍ୟ କୃଷି ଅଧିକାରୀ ମାନେ ନିର୍ବାଚନ ଅଧିକାରୀ ଭାବେ ତାଲିମ ନେଇଛନ୍ତି । ଉକ୍ତ ଦୁଇ ଦିନରେ ପ୍ରାୟ ୩୫୦ ଜଣଙ୍କୁ ତାଲିମ ପ୍ରଦାନ କରାଯିବ ।

ସମବାୟ ସମିତି ନିର୍ବାଚନ ସୁଚାରୁରୂପେ ପରିଚାଳନା କରିବା ଉପରେ ଅତିତିକ୍ତ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ନିର୍ବାଚନ ଦାୟିତ୍ବରେ ଅବହେଳା କଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।

ଉକ୍ତ ପ୍ରଶିକ୍ଷଣ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମୁହ ଉପ ନିବନ୍ଧକ ଶ୍ରୀ ଭୀମସେନ ସାହୁ, ସହ ସମବାୟ ନିବନ୍ଧକ ଶ୍ରୀ ସୌରଭ କର, ଅତିରିକ୍ତ ସହ ସମବାୟ ନିବନ୍ଧକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଶ୍ରୀ ସତ୍ୟ ଶଙ୍କର ମହାନ୍ତି, ସମବାୟ ଇନିସପେକ୍ଟର ଶ୍ରୀ ସୁରେନ୍ଦ୍ର କୁମାର ଦାଶ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Related posts

କିନ୍ନର ମାନଙ୍କ ବହୁଚରା ମାତା ପୂଜା ଅନୁଷ୍ଠିତ

mahabharatanews

ଏକା ସଙ୍ଗେ ଜଳିଗଲା ୩ ଟ୍ରକ

mahabharatanews

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ସେଜଲ

mahabharatanews