ଓଡିଶା

ମା’ ଭଗବତୀଙ୍କ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି

ଜଳେଶ୍ୱର : ବସ୍ତା ବ୍ଲକ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ବସନ୍ତପୁର ଗ୍ରାମରେ ଗତ ତିନି ଦିନ ଧରି ଚାଲିଥିବା ଭଗବତୀ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି। ବସନ୍ତପୁର ଗ୍ରାମ ମହାଦେବ ମନ୍ଦିର ପ୍ରାଙ୍ଗଣରେ ୧୧ ତାରିଖ ସନ୍ଧ୍ୟା ଠାରୁ ଆରମ୍ଭ ହୋଇ ୧୩ ତାରିଖରେ ଉଦଯାପିତ ହୋଇଯାଇଅଛି।ଗତ ୧୧ ତାରିଖ ବଡଚାରିଗାଁ ଭଗବତୀ ମନ୍ଦିରରୁ ମା’ ଭଗବତୀ ଠାକୁରାଣୀଙ୍କୁ ଗ୍ରାମର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ  ଏକ ବିରାଟ ଶୋଭାଯାତ୍ରା କରି ଖୋଳ  କୀର୍ତ୍ତନ କରି ମା’ଙ୍କୁ ଗ୍ରାମକୁ ପାଛୋଟି  ଆଣିଥିଲେ। ଗାଆଁ ପରିବେଶ ଝୁଣାଦୀପ ସାଙ୍ଗକୁ   ଖୋଳ କୀର୍ତନରେ  ଶବ୍ଦ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ପୂଜା ମଣ୍ଡପ ଓ ମନ୍ଦିର ପ୍ରାଙ୍ଗଣକୁ ଅତି ସୁନ୍ଦର ଭାବେ ସାଜସଜ୍ଜା କରାଯାଇ, ଦେବିଙ୍କ  ଯଥାବିଧି ପୂଜା ଅର୍ଚ୍ଚନା ଓ ଚଣ୍ଡିପାଠ କରାଯାଇ ଥିଲା। କରୋନା କଟକଣା ପାଇଁ ଗତ ଦୁଇବର୍ଷ ହେବ  ପୂଜା ବନ୍ଦ ରହିଥିଲା। ଚଳିତ ବର୍ଷ ଏହା ଅତି ଆଡମ୍ବର ସହକାରେ ଆୟୋଜିତ ହୋଇଥିଲା। ଏହି ପୂଜାରେ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁ ପୂଜା ଅର୍ଚ୍ଚନା କରି ଦେବୀଙ୍କ  ଆଶିଷ ନେବା ସହିତ ମାନସିକ କରିବାର ଦେଖିବାକୁ ମିଳିଥିଲା।

Related posts

ସାମାଜିକ ଦୂରତା ନ ରଖିବା, ଛେପ ପକାଇବା ପାଇଁ ଜରିମାନା ଆଦାୟ

mahabharatanews

ଗାଁ ମୁହଁରେ ବ୍ୟାରିକେଡ ଲଗାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

mahabharatanews

ଯାଇଥିଲେ ଦାଦନ ହୋଇ, ପେରିଲେ ଶବ ହୋଇ…

mahabharatanews