ଓଡିଶା

କାକଟପୁର ମା ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ଝାମୁଯାତ୍ରା

କାକଟପୁର/ଜୟନ୍ତ କୁମାର ସେଠୀ : ଆଜି ହେଉଛି ବୈଶାଖ ମାସର ପ୍ରଥମ ମଙ୍ଗଳବାର ଶେଷ ଝାମୁ ପାଳି,କାକଟପୁରର ମା ମଙ୍ଗଳା ପୀଠରେ ଅନୁଷ୍ଟିତ ହୋଇଛି ପ୍ରସିଦ୍ଧ ଝାମୁ ଯାତ୍ରା । ଆଦି ଶକ୍ତି ମା ମଙ୍ଗଳା ଆଜି ରାଜରାଜେଶ୍ଵରୀ ବେଶରେ ପୂଜା ପାଉଛନ୍ତି । ଦୂର ଦୁରନ୍ତ ରୁ ଆଦି ଶକ୍ତି ମା ମଙ୍ଗଳାଙ୍କ ଦର୍ଶନ ନିମନ୍ତେ ଛୁଟି ଆସିଛନ୍ତି ଭକ୍ତ । ବୈଶାଖ ମାସର ପ୍ରଥମ ମଙ୍ଗଳବାର ରେ ଆଜି ମାଙ୍କ ପ୍ରସିଦ୍ଧ ଝାମୁଜାତ ଅନୁଷ୍ଠିତ ହେଉଛି ।

ଭକ୍ତମାନେ ଶାନ୍ତିଶୃଙ୍ଖଳା ସହିତ ମାଙ୍କ ଦର୍ଶନ କିପରି କରିପାରିବେ, ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ତା ମଧ୍ୟ କରାଯାଇଛି । ଭକ୍ତମାନେ ଧାଡିରେ ଯାଇ ମାଙ୍କ ଦର୍ଶନ କରି କରୁଣା ଲାଭ କରୁଛନ୍ତି ।ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରାରେ ଆଜି ମଧ୍ୟ ରାତିରୁ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ୟ୍ୟପୂଜା, ବଲ୍ଲଭ ନୀତି କରାଯାଏ । ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଦର୍ଶନ ପାଇଁ ସାହାଣମେଲା କରାଦିଆଯାଏ।

Related posts

ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର

mahabharatanews

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

mahabharatanews

ଅକ୍ଟୋବର ୨୫ ତାରିଖକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

mahabharatanews