ମନୋରଞ୍ଜନ

ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହକୁ ନେଇ ଟଲିଉଡରେ ଚର୍ଚ୍ଚା !

ବ୍ୟୁରୋ: ସାଉଥର ଅଭିନେତା ଦ୍ୱିତୀୟ ବିବାହ କରିବେ କି ? ସାଉଥର ଚର୍ଚ୍ଚିତ ଯୋଡି ସାମନ୍ଥା ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ହଠାତ୍ ସେମାନଙ୍କର ଅଲଗା ହେବାର ଖବର ତାଙ୍କର ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ହେଲେ ବର୍ତ୍ତମାନ ଦୁହିଁଙ୍କ ଅଲଗା ହେବା ଦୀର୍ଘ ଦିନ ହେଲାଣି ।

ବର୍ତ୍ତମାନ ଏବେ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଟଲିଉଡରେ ଚର୍ଚ୍ଚା ବିଷୟ ପାଲଟିଛି । ନାଗା, ସାମନ୍ଥା ଠାରୁ ଅଲଗା ହେବା ପରେ ବର୍ତ୍ତମାନ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ଏହା ସହ ଦ୍ୱିତୀୟ ବିବାହ ନେଇ ବହୁତ କିଛି ଯୋଜନା ମଧ୍ୟ କରୁଛନ୍ତି । ତେବେ ଏହି ବିଷୟରେ ଅଭିନେତାଙ୍କ ଠାରୁ କୌଣସି ପ୍ରକାରର ସୂଚନା ଏ ପଯ୍ୟନ୍ତ ମିଳି ନାହିଁ ।

ସାମନ୍ଥାଙ୍କଠାରୁ ଅଲଗା ହେବା ପରେ ନାଗା ବହୁତ ଭାଙ୍ଗି ପଡିଛନ୍ତି । ସେ ନିଜକୁ ଏକାକୀ ଅନୁଭବ କରୁଛନ୍ତି । ଏହି କାରଣରୁ ନାଗା ବର୍ତ୍ତମାନ ପୂନର୍ବାର ବିବାହ କରିବାକୁ ଯୋଜନା କରୁଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଲା ନାଗା ବର୍ତ୍ତମାନ କୌଣସି ଅଭିନେତ୍ରୀଙ୍କୁ ବିବାହ କରିବେ ନାହିଁ ବୋଲି ସ୍ଥିର କରିଛନ୍ତି । ଦ୍ୱିତୀୟ ବିବାହ ପାଇଁ ସେ ନିଜକୁ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରୁଛନ୍ତି ।

କହିବାକୁ ଗଲେ ସାମନ୍ଥା ଏବଂ ନାଗା ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିବା ପରେ ଉଭୟ ପରସ୍ପରକୁ ଦୀର୍ଘ ସମୟ ଧରି ଏକାଠି ଡେଟ୍ କରିଥିଲେ । ତା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ହଠାତ୍ ଉଭୟଙ୍କ ମଧ୍ୟରେ ମତଭେଦର ଖବର ଆସିବାକୁ ଲାଗିଲା ଏବଂ ଗତ ବର୍ଷ ଦୁହେଁ ଅଲଗା ହେବା ବିଷୟରେ ଘୋଷଣା କରିଥିଲେ । ଏତେ ବର୍ଷ ରିଲେସନସିପରେ ରହିବ ପରେ ମଧ୍ୟ ସେମାନେ କଣ ପାଇଁ ଅଲଗା ହେଲେ ତାହା ଏ ଯାଏ ଜଣା ପଡିନି ।

Related posts

ଜାଣନ୍ତୁ ଫିଲ୍ମ ‘ଓଏମଜି-୨’ପାଇଁ କେତେ କୋଟି ନେଇଛନ୍ତି ଅକ୍ଷୟ କୁମାର

mahabharatanews

ହଲରେ ଟାଇଗର -୩ କ୍ରେଜ

mahabharatanews

‘ବଜରଙ୍ଗ ବାଲୀ ଭଗବାନ ନୁହନ୍ତି’ : ମନୋଜ ମୁନ୍ତାଶିର

mahabharatanews