ଓଡିଶା

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର

କଟକ: ସିଲଭର ସିଟିର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର ।ପୂର୍ବରୁ ବ୍ରହ୍ମପୁର ଏସପି ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ ପିନାକ୍ ମିଶ୍ରଙ୍କୁ, କଟକ ଭଳି ପୁରୁଣା, ଐତିହ୍ୟ ସଂସ୍କୃତି ସମ୍ପର୍ଣ୍ଣ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ପାଇଁ ଦିଆଯାଇଛି ଏହି ଗୁରୁ ଦାୟିତ୍ୱ । ତେବେ ଦାୟିତ୍ୱ ଗ୍ରହଣ କରିବା ପରେ କଟକରେ ଅପରାଧ, ସାଇବର କ୍ରାଇମ ଆଦିର ମୁକାବିଲା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ପିନାକ୍।

ସେ ଆହୁରି ମଧ୍ୟ କହିଛନ୍ତି, ଅପରାଧ ନିୟନ୍ତ୍ରଣ ସହ ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବ ।ଅନ୍ୟପକ୍ଷେ କଟକରେ ବଢୁଥିବା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଚାଲିଥିବା ଅଭିଯାନ ଯେପରି ସୁଚାର ରୂପେ ଚାଲିବ ସେହିପରି ଆଭିମୁଖ୍ୟରେ କାମ କରାଯିବ ବୋଲି କଟକ ଡିସିପି ପିନାକ୍ ମିଶ୍ର କହିଛନ୍ତି ।

Related posts

ଫରେନସିକ ଲ୍ୟାବର ନୂତନ ଗୃହ ଉଦ୍ଘାଟନ

mahabharatanews

ଏରେଣ୍ଡେଇ ପଞ୍ଚାୟତକୁ ସଟ ଡାଉନ କଲେ ସରପଞ୍ଚ

mahabharatanews

ବବିଙ୍କ ପରାମର୍ଶରେ ଲକଡାଉନ କଟକଣାରେ କୋହଳ

mahabharatanews