ସୁବର୍ଣ୍ଣପୁର: ପୋଲିସକୁ ମିଳିଛି ବଡ ସଫଳତା । ଚୋରି ହୋଇଥିବା ଟଙ୍କା, ମୋବାଇଲ ଓ କାର ଜବତ କରିବା ସହ ତିନି ଜଣକୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ । ଏଥିରେ ଆଉ ଜଣେ ଫେରାର ଥିବା ସୂଚନା ମିଳିଛି ।ସୂଚନା ଅନୁସାରେ, ବରଗଡରୁ ମୁକେଶ ଅଗ୍ରୱାଲାଙ୍କ ବ୍ୟବସାୟ କାମରେ ରାମପୁରକୁ ଗତ ୨ ତାରିଖ ଦିନ ପଠାଇଥିଲେ ।
ସେ ଦୁହେଁ କାମ ସାରୀ ଫେରୁଥିବାବେଳେ ୪ଜଣ ଅଜଣା ବ୍ୟକ୍ତି ଏକ କାର ଯୋଗେ ଆସି ତାଙ୍କ ଗାଡିକୁ ଅଟକାଇ ସେମାନଙ୍କୁ ଭୟଭୀତ କରି ୪ଲକ୍ଷ ୧୬ହଜାର ୯୧୦ଟଙ୍କା ଲୁଟି ନେଇ ସେଠାରୁ ପଳାଇ ଯାଇଥିଲେ । ପରେ ଉଭୟେ ବରଗଡ ଆସି ତାଙ୍କ ମାଲିକ ମୁକେଶ ଅଗ୍ରୱାଲାଙ୍କୁ ଘଟଣା ବିଷୟରେ କହିବା ପରେ ମୁକେଶ ରାମପୁର ଥାନାକୁ ଆସି ଏହି ଘଟଣା ବାବଦରେ ଲିଖିତ ଅଭିଯୋଗ କରିଥିଲେ ।ଏହି ଘଟଣାରେ ସଂପୃକ୍ତ ଥିବା ବରଗଡର ତୋରା ସୁତା କଳ ନିକଟସ୍ଥ ପଦ୍ମ ବାହାଦୂର , ବରଗଡ଼ ସହରର ଆଶିଷ ରଞ୍ଜନ ମହାନନ୍ଦ ,ରାମ ଦାସ , ଓ ନିରୋଜ ହରିପାଳକୁ ଗିରଫ କରିଛି ।
ସେମାନଙ୍କୁ ଠାରୁ ୭୪ହଜାର ଟଙ୍କା, ୪୩ହଜାର ୮୮୫ ଟଙ୍କାର ଏଲ ଆଇ ସି ପ୍ରିମିୟମ ଏମ ଆର, ୨ଟି ମୋବାଇଲ ସହ ସିମ ଓ ବ୍ୟବହୃତ ଆର୍ଟିଗା କାର ଜବତ କରିଛି । ଏଥରେ ସମ୍ପୃକ୍ତ ଥବା ୪ ଅଭିଯୁକ୍ତକୁ କୋଟକୁ ଚାଲାଣ କରାଯାଇଛି । ଏଥୁରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଏହି କେଶର ତଦ ଦାୟିତ୍ୱ ଆଇଆଇସି ଏ ସ .ଏନ ପଧାନ ନେଇଥିବାବେଳେ ଏ ମାନଙ୍କୁ ଗିରଫ କରିବାରେ ଷ୍ଟାଫ ସହଯୋଗ କରିଥିଲେ ।