ଓଡିଶା

ପୁରୀରେ ଜବତ ହେଲା ୩ କେଜି ବ୍ରାଉନସୁଗାର

ପୁରୀ: ପୁରୀରେ ଜବତ ହେଲା ୩ କେଜି ବ୍ରାଉନ ସୁଗାର । ପୁରୀ ମଙ୍ଗଳାଘାଟ ଛକରୁ ଜବତ କରାଯିବା ସହ ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ବାସେଳିସାହି ଥାନା ପୋଲିସ । ଏହି ଧଳା ଜହରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ବାସେଳି ସାହି ଥାନା ପୁଲିସ୍ ଏବଂ ପୁରୀ ଏସଟିଏଫ ମିଳିତ ଉଦ୍ୟମରେ ଆଜି ସକାଳେ ଏକ ମାରୁତି ଅଲ୍ଟୋ କାରକୁ ପିଛା କରି ମଙ୍ଗଳାଘାଟ ଛକରେ ଧରିବାରେ ସଫଳ ହୋଇଛି । ଘଟଣାରେ କିଙ୍ଗପିନ୍ ସୁଶାନ୍ତ ପଟ୍ଟନାୟକ ଓରଫ ନଣ୍ଡା ଓ ତା’ର ସହଯୋଗୀଙ୍କୁ ଗିରଫ କରାଯାଇଛି । ଅଧିକ ତଦନ୍ତ ପାଇଁ ନଣ୍ଡାକୁ ରିମାଣ୍ଡରେ ଆଣିବ ପୋଲିସ । ଏମାନେ ସମସ୍ତେ ପୁରୀର ଯୁବକ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଏସପି ସୂଚନା ଦେଇଛନ୍ତି। ପୋଲିସ ନଣ୍ଡାଠାରୁ ୨୦ ହଜାର ଟଙ୍କା, ୩ଟି ମୋବାଇଲ ସହ ଏକ କାର୍ ଜବତ କରିଛି । ସେହି କାରରୁ ୩.୧୯୨ କିଲୋଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ।

Related posts

ସରପଞ୍ଚଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କଲେ ଜିଲ୍ଲାପାଳ

mahabharatanews

କରୋନା ପାଇଁ ଥାନାରେ ବାହା ହେଲେ ଏସଆଇ

mahabharatanews

ଆସନ୍ତା ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା 

mahabharatanews