Uncategorized

ହାଇକୋର୍ଟଙ୍କ ତାଗିଦ; ବର୍ଷା-ଅନୁଭବଙ୍କୁ ସୋସିଆଲ ମିଡିଆ ମନା

କଟକ : ବର୍ଷା-ଅନୁଭବଙ୍କୁ ସୋସିଆଲ ମିଡିଆ ମନା । ତାଗିଦ କଲେ ହାଇକୋର୍ଟ । ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ନଦେବାକୁ ଉଭୟଙ୍କୁ ତାଗିଦ କଲେ ହାଇକୋର୍ଟ ।ସୋସିଆଲ ମିଡ଼ିଆରେ ଉଭୟ ପରସ୍ପରକୁ ନେଇ କୌଣସି ମନ୍ତବ୍ୟ ଦେଇପାରିବେନି । ଏହାଛଡା ସୋସିଆଲ ମିଡିଆରେ ଭିଡ଼ିଓ ଜାରି ନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ଅନୁଭବ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ଚରିତ୍ର ସଂହାର କରୁଥିବା କହି ହାଇକୋର୍ଟର ଆଶ୍ରୟ ନେଇଥିଲେ ବର୍ଷା ।

ଆଉ ଆଜି ଏହାର ଶୁଣାଣି କରି ହାଇକୋର୍ଟ ଅନୁଭବଙ୍କୁ ଭିଡ଼ିଓ ପୋଷ୍ଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ରେ ହେବ । ତେବେ ଆଜି ଶୁଣାଣି ପୂର୍ବରୁ ହିଁ ଅନୁଭବ ଆଉ ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ପୂର୍ବରୁ ୩ଟି ଭିଡ଼ିଓ ପୋଷ୍ଟ କରି ବର୍ଷାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ଅନୁଭବ । ଯାହାଫଳରେ ଆଗକୁ ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ ଅନୁଭବଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ । ଜୁଲାଇ ୪ ତାରିଖ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି | ଅନୁଭବଙ୍କ ଭିଡିଓ ପୋଷ୍ଟକୁ କେନ୍ଦ୍ର କରି ହାଇକୋର୍ଟ ଆଶ୍ରୟ ନେଇଥିଲେ ବର୍ଷା । ଯାହାର ଶୁଣାଣିରେ ହାଇକୋର୍ଟଙ୍କ ତାଗିଦ ପରେ ବର୍ଷା-ଅନୁଭବ ଉଭୟ କେହି ବି ସୋସିଆଲ ମିଡ଼ିଆ ଚଳାଇ ପାରିବେନି ।

Related posts

ସାମନ୍ଥାଙ୍କ ସହ ରୋମାନ୍ସ କରିବେ ଜୁନିଅର ଏନ୍ଟିଅ।ର

mahabharatanews

ଟ୍ୱିଟରର ନୂଆ ସିଇଓ ହେଲେ ଲିଣ୍ଡା ୟାକାରିନୋ

mahabharatanews

ଆମେରିକା ଦେଲା ପାଲଟା ଜବାବ

mahabharatanews