ଭାରତ

ପାକିସ୍ତାନରେ ପେଟ୍ରୋଲ ୧୮୦ କୁ ଡିଜେଲ ୧୭୪ ଟଙ୍କା

ନୂଆଦିଲ୍ଲୀ : ଶ୍ରୀଲଙ୍କା ପରେ ପାକିସ୍ତାନର ଆର୍ଥୀକ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଲାଣି । ପେଟ୍ରୋଲ ପମ୍ପରେ ତେଲ ଆଉ ଏଟିଏମ୍ରେ ଟଙ୍କା ମିଳୁନାହିଁ ବୋଲି ପାକିସ୍ତାନର ପୂର୍ବତନ କ୍ରିକେଟର ମହମ୍ମଦ ହାଫିଜ କହିଛନ୍ତି । ଫଳରେ ପାକିସ୍ତାନର ଶାହାବାଜ ସରିଫଙ୍କ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ତେଣୁ ପେଟ୍ରୋଲ ଓ ଡିଜେଲ ଦର ୩୦ଟଙ୍କା ବୃଦ୍ଧି କରିବାକୁ ସରକାର ବାଧ୍ୟ ହୋଇଛନ୍ତି । ଯଦ୍ୱାରା ସରକାରଙ୍କ ଏପରି ନିଷ୍ପତ୍ତି ଉପରେ ଦେଶବାସୀଙ୍କ ଅବସ୍ଥା ଦୟନୀୟ ହେବାରେ ଲାଗିଲାଣି । ଏକ ଗମ୍ଭୀର ଆର୍ଥୀକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ସରକାର କିପରି ସମସ୍ୟା ସମାଧାନ କରିବେ, ସେନେଇ ବିଚାରବିମର୍ଷ ଚାଲିଛି ।

ତେବେ ତୈଳ ଦର ୩୦ଟଙ୍କା ବୃଦ୍ଧି ହେବା ଫଳରେ ପେଟ୍ରୋଲ ଲିଟର ପ୍ରତି ୧୮୦ଟଙ୍କା, ଡିଜେଲ ଲିଟର ପ୍ରତି ୧୭୪ ଏବଂ କିରୋସିନି ଲିଟର ପ୍ରତି ୧୫୬ ଟଙ୍କାରେ ପହଞ୍ଚିଛି । ତେଣୁ ଆଗାମୀ ଦିନରେ ତୈଳ ଦର ବୃଦ୍ଧି ଆଶଙ୍କା କରି ଦେଶର ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ତଥାପି ଆଗାମୀ ଦିନରେ ଦେଶରେ ପେଟ୍ରୋଲ, ଡିଜେଲ ନମିଳିବା ଏବଂ ଏଟିଏମ୍ରେ ଟଙ୍କା ନପାଇବା ନେଇ ପାକିସ୍ତାନ ଲୋକମାନେ ଚିନ୍ତାରେ ଥିବା ଜଣାପଡିଛି । ତେଣୁ ଦେଶର ଆର୍ଥୀକ ସ୍ଥିତିକୁ ବଞ୍ଚାଇବା ପାଇଁ ଇଣ୍ଟର ନ୍ୟାସନାଲ ମନିଟାରୀ ଫଣ୍ଡ (ଆଇଏମଏଫ) ନିକଟରୁ ସହାୟତା ପାଇବା ପାଇଁ ପାକିସ୍ତାନ ପ୍ରୟାସ ଆରମ୍ଭ କରିଛି ।

ଏନେଇ ଗତ ୨୬ତାରିଖରେ ପାକିସ୍ତାନ ସରକାର ଏବଂ ଆଇଏମଏଫ ମଧ୍ୟରେ ଆଲୋଚନା ହୋଇଥିଲା । ୯୦୦ ମିଲିୟନ ଡଲାର ଋଣ ଦେବା ପାଇଁ ଆଇଏମଏଫ ସମ୍ମତି ପ୍ରକାଶ କରିଥିବା ଜଣାପଡିଛି । ମାତ୍ର ଏଥିପାଇଁ ଏକ ସର୍ତ୍ତ ମଧ୍ୟ ରହିଛି । ଏହି ସର୍ତ୍ତ ଅନୁସାରେ, ତୈଳ ଏବଂ ବିଦ୍ୟୁତ ଉପରେ ମିଳୁଥିବା ସବସିଡି ପାକିସ୍ତାନକୁ ମିଳିବ ନାହିଁ । ଫଳରେ ଆଇଏମଏଫ ନିକଟରୁ ସହାୟତା ପାଇବା ପାଇଁ ପାକିସ୍ତାନ ସରକାର ଏବେ ଦେଶବାସୀଙ୍କ ଉପରେ ଅଧିକତମ ମହଙ୍ଗାର ବୋଝ ଦେବା ସମ୍ଭାବନା ରହିଛି ବୋଲି କୁହାଯାଉଛି ।

 

Related posts

ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ 

mahabharatanews

ବାଂଲାଦେଶର ଟ୍ରେନରେ ଅଗ୍ନିକାଣ୍ଡ, ୪ ମୃତ

mahabharatanews

ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

mahabharatanews