ଓଡିଶା

ଅଧାରୁ ହାତ ଛାଡିଦେବେ କି ୱାସିମ ଜାଫର!

ଦିଲ୍ଲୀ : ଭାରତୀୟ ଟିମର ପୂର୍ବତନ ଖେଳାଳି ୱାସିମ ଜାଫର । ଯିଏକି ବର୍ତ୍ତମାନ ଓଡିଶା ଦଳର କୋଚ ରହିଛନ୍ତି । ୨ ବର୍ଷ ପାଇଁ ଚୁକ୍ତି ହୋଇଥିବା ଏହି ପଦବୀକୁ କିନ୍ତୁ ଏବେ ଅଧାରୁ ଛାଡିବାକୁ ଯାଉଛନ୍ତି ଜାଫର । ୨ ବର୍ଷ ପୂରା ହେବାକୁ ଆଉ ଗୋଟିଏ ବର୍ଷ ଥିବାବେଳେ ଜାଫର ଏବେ ବାଂଲାଦେଶ କ୍ରିକେଟ ବୋର୍ଡରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ବାଂଲାଦେଶ ଅଣ୍ଡର ୧୯ ଟିମର କୋଚ ଭାବେ ସେ ଦାୟିତ୍ୱ ନେଇପାରନ୍ତି ବୋଲି କୁହାଯାଉଛି । ବାଂଲାଦେଶର ସାମ୍ବାଦିକ ଏମଏମ କେୟସରଙ୍କ କହିବାନୁସାରେ, ୱାସିମ ଜାଫର ବାଂଲାଦେଶ ଅଣ୍ଡର ୧୯ ଟିମର କୋଚ ଭାବେ ଦାୟିତ୍ୱ ନେବେ । ବାଂଲାଦେଶର ଯୁବ ଖେଳାଳିଙ୍କୁ ରଣନୀତି ଓ କୌଶଳ ମଧ୍ୟ ଶିଖାଇବେ ।

ସେ ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡ ସହ ସମ୍ପର୍କରେ ମଧ୍ୟ ରହିଥିଲେ । ଓଡିଶା ଦଳର କୋଚ ହେବା ପୂର୍ବରୁ ଜାଫର ୨୦୧୯ ମସିହାରେ ବାଂଲାଦେଶ କ୍ରିକେଟ ବୋର୍ଡର ଏକାଡେମୀରେ ପରାମର୍ଶଦାତା ଭାବେ କାମ କରିସାରିଛନ୍ତି । କେବଳ ସେତିକି ନୁହେଁ ସେ ବାଂଲାଦେଶ ଟିମର ମଧ୍ୟ ପରାର୍ଶଦାତା ରହିଥିଲେ । ଏବେ ପୁଣି ସେ ବାଂଲାଦେଶ ବୋର୍ଡକୁ ଫେରିବାକୁ ମନ ବଳାଇଛନ୍ତି । ୱାସିମ ଜାଫର ବାଂଲାଦେଶ ବୋର୍ଡରେ ସାମିଲ ହେବାପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ୨ ବର୍ଷ ପାଇଁ ଓଡିଶାର କୋଚ ଭାବେ ରହିବାକୁ ଚୁକ୍ତି ହୋଇଥିବା ବେଳେ କେମିତି ଅଧାରୁ ଓଡିଶା ଛାଡିବେ ଜାଫର? ତାଙ୍କ ପରେ ଓଡିଶାର କୋଚ ଦାୟିତ୍ୱ କାହାକୁ ଦିଆଯିବ?

Related posts

 ବିଲରେ ମରି ପଡିଛନ୍ତି ବିଦେଶାଗତ ପକ୍ଷୀ: ବାର୍ଡ ଫ୍ଲୁ ଆଶଙ୍କା 

mahabharatanews

ଶିଶୁ ବଦଳ ମାମଲା;  ଆଜି ହେବ ଡିଏନ୍‌ଏ ଟେଷ୍ଟ 

mahabharatanews

 ମାଞ୍ଜା ସୂତା ବ୍ୟବହାର କରିବା ଆଇନତଃ ଦଣ୍ଡନୀୟ

mahabharatanews