ଓଡିଶା

୩୫ ପ୍ରତିଶତ ଶସ୍ତା ହେଲା ମଦ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମଦୁଆଙ୍କ ପାଇଁ ସ୍ପେଶାଲ ଭେଟି ଆଣିଛନ୍ତି । ମଦ ଉପରେ ଲଗାଇଥିବା ’ ସ୍ପେଶାଲ କୋଭିଡ୍ ଫି’କୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ଏହା ବଦଳରେ ଏମ୍‌ଆରପି ଉପରେ ୧୫ ପ୍ରତିଶତ ମୂଲ୍ୟ ବୃଦ୍ଧି କରାଯାଇଛି। ଅଥାତ୍ ଆଜିଠାରୁ ଆଉ ୫୦ ପ୍ରତିଶତ ଅଧିକ ମୂଲ୍ୟ ଦେବାକୁ ପଡ଼ିଛି ନାହିଁ। ମଦ ମୂଲ୍ୟ ଉପରେ୩୫ ପ୍ରତିଶତ ହ୍ରାସ ଘଟିଛି। ବିଭିନ୍ନ ପ୍ରକାର ବ୍ରାଣ୍ଡର ମଦ ପାଇଁ ଧାର୍ୟ୍ୟ ହୋଇଥିବା ନୂଆ ମୂଲ୍ୟର ତାଲିକା ଓଡ଼ିଶା ପାନୀୟ ନିଗମ ୱେବ୍‌ସାଇଟ୍‌ରେ ଉପଲବ୍ଧ।
କରୋନା ସଂକ୍ରମଣକୁ ନେଇ ଦେଶବ୍ୟାପୀ ଲକଡାଉନ ପାଇଁ ମଦଦୋକାନକୁ ମଧ୍ୟ ବନ୍ଦ କରାଯାଇଥିଲା । ଏହାପରେ ମେ ମାସରୁ ମଦକୁ ଅନଲାଇନ ଡେଲିଭର କରିବା ସହ ସ୍ପେଶାଲ କୋଭିଡ୍ ଫି ଲାଗୁ କରାଯାଇଥିଲା । ଫଳରେ ପ୍ରତ୍ୟେକ ବ୍ରାଣ୍ଡର ମଦ ମୂଲ୍ୟ ପ୍ରାୟ ୫୦% ପର୍ୟ୍ୟନ୍ତ ବୃଦ୍ଧି ପାଇଥିଲା। କୋଭିଡ୍ ଫି ବାବଦରେ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଆୟ କରିଛନ୍ତି। ତେବେ ବର୍ତ୍ତମାନ ଓଡ଼ିଶା ସଂଲଗ୍ନ ରାଜ୍ୟରେ ବିଦେଶୀ ମଦ ମୂଲ୍ୟକୁ ବିଚାର କରିବା ସହ ଅନ୍ୟ ରାଜ୍ୟକୁ କୋଭିଡ୍ ଫି ଲାଗି ନଥିବା ମଦ ଓଡ଼ିଶାକୁ ଚାଲାଣ ରୋକିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ଏକ ପଦକ୍ଷେପ ନେଇ ଏହି ନିୟମରେ ସଂଶୋଧନ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି । ବିଦେଶୀ ଓ ଦେଶୀ ମଦ ବ୍ୟତୀତ ବିୟର୍, ୱାଇନ୍ ଏବଂ ରେଡ଼ି ଟୁ ଡ୍ରିଙ୍କ୍ (ଆରଟିଡି) ଆଦି ପାନୀୟର ୨୦୧୯-୨୦ ଏମ୍‌ଆରପି ଉପରେ ପ୍ରାୟ ୧୫% ବୃଦ୍ଧି କରାଯାଇଛି।

Related posts

 ଆଗାମୀ ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା

mahabharatanews

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୨ର ଉଦଘାଟନୀ ଉତ୍ସବ

mahabharatanews

ହାଇଦର ଏନକାଉଣ୍ଟର: ଜବାବ ତଲବ କଲା ଓଏଚଆରସି

mahabharatanews