ଓଡିଶା

ସୁପ୍ରିମ କୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ କଲେ ଟ୍ୱିଟ୍ “ତୁମ ଇଛା ବିନା ପତ୍ରଟେ ହଲେନି “

ଭୁବନେଶ୍ୱର:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିରୋଧୀଙ୍କୁ ଝଟକା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ପିଟିସନ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟର ବିଜୟ ହୋଇଛି । ପୁରୀକୁ ଏକ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥଳରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମର ଯଥାର୍ଥତା ପ୍ରମାଣିତ ହୋଇଛି ବୋଲି କହିଛନ୍ତି ପୁରୀ ସାଂସଦ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜନୀତିରୁ ଉପରେ । ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ସବୁ ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା । ଏହି ପବିତ୍ର ଉଦ୍ୟମରେ ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ରାଜନୀତି ନ କରିବାକୁ ଅପିଲ କରିଛନ୍ତି ପିନାକୀ ମିଶ୍ର  । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମାମଲାକୁ ଖାରଜ କରିଦେବା ସହ  କୋର୍ଟଙ୍କ ବହୁ ମୂଲ୍ୟ ସମୟ ନଷ୍ଟ ହୋଇଥିବାରୁ ଉଭୟ ଆବେଦନକାରୀଙ୍କୁ  ୧ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୁପ୍ରିମକୋର୍ଟଙ୍କ ଫୈସଲା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ତୁମ ଇଚ୍ଛାବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ସରକାରଙ୍କ ବିଜୟ ପରେ ଶ୍ରୀଜଗନ୍ନାଥଙ୍କୁ ଶ୍ରେୟ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ।

 

Related posts

ବୈତରଣୀ ନଦୀରେ ବନ୍ୟା ହେବା ଯୋଗୁ ଏବେ ଚିନ୍ତାରେ ଚାଷୀ 

mahabharatanews

ନଦୀରେ ବୁଡିଗଲେ ଦାଦା-ପୁୁତୁରା

mahabharatanews

୯ରେ ଲଘୁଚାପ, ୧୧ରୁ ପୁଣି ବର୍ଷା

mahabharatanews